ଭୁବନେଶ୍ୱରରେ ରାପିଡ ରେସ୍ପନସ ଟିମ୍ ସଂଖ୍ୟା ୩୯କୁ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରେ ଆରଆରଟି ବା ରାପିଡ ରେସ୍ପନସ ଟିମ୍ ସଂଖ୍ୟା ବୃଦ୍ଧି ପରାଯାଇଛି । ବର୍ତମାନ ବିଏମସିର ୬୭ଟି ୱାର୍ଡ ପାଇଁ ୩୯ଟି ଆରଆରଟି ଟିମ ଗଠିତ ହୋଇଛି ବୋଲି ବିଏମସିର ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି । ତିନୋଟି ଜୋନ୍ ପାଇଁ ୧୩ଟି ଲେଖାଏଁ ଟିମ୍ ରହିବେ । ପୂର୍ବରୁ ପ୍ରତି ଜୋନ୍ ରେ ୮ଟି ଲେଖାଏଁ ହିସାବରେ ୨୪ଟି ଆରଆରଟି ଥିଲା । ସୂଚନା ଅନୁଯାୟୀ ପ୍ରତି ଟିମ୍ ରେ ଅଛନ୍ତି ଜଣେ ଲେଖାଏଁ ଆୟୁଷ ଡାକ୍ତର, କୋଭିଡ ସଚେତକ ଓ ଜଣେ ଏଏନମ । ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା, ତଥ୍ୟ ସଂଗ୍ରହ ଓ ଔଷଧ ବାଂଟିବା କାର୍ଯ୍ୟରେ ଏହି ଟିମ୍ ନିୟୋଜିତ । ଏହାସହ ପ୍ରତି ଜୋନରେ ଗୋଟିଏ ସ୍ୱତନ୍ତ୍ର ସେଂଟ୍ରାଲ ଟିମ୍ ମଧ୍ୟ ରହିଛି ଯାହା ସୋସିଆଲ ମିଡିଆ ଓ ହ୍ୱାଟସଅପ୍ ଗ୍ରୁପ ଜରିଆରେ ନିୟନ୍ତ୍ରଣ କରୁଛି । ସେହିପରି କଂଟାକ୍ଟ ଟ୍ରେସିଂ ଟିମ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ସ୍ୱତନ୍ତ୍ର କୋଭିଡ ଆମ୍ବୁଲାନ୍ସ ସଂଖ୍ୟା ୧୮ରୁ ୨୮କୁ ବୃଦ୍ଧି ହୋଇଛି । ଭୁବନେଶ୍ୱରରେ ୫ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ ଟାର୍ଗେଟ ରଖିଛି ବିଏମସି । ଆବଶ୍ୟକତା ଅନୁଯାୟୀ ହସ୍ପିଟାଲ ସହିତ ଶଯ୍ୟା ସଂଖ୍ୟା ଓ ଅrିଜେନ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଥିବା ବିଏମସିର ଅତିରିକ୍ତ କମିଶନର କହିଛନ୍ତି ।

Leave A Reply

Your email address will not be published.

fourteen − 2 =