ଭୁବନେଶ୍ୱର ଏବଂ ବେଙ୍ଗାଲୁରୁ ମଧ୍ୟରେ ୧୨ରୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ଏଣିକି ଅଧଘଂଟାଏ ପୂର୍ବରୁ ବୁକିଂ କରିହେବ ଟ୍ରେନ୍ ଟିକଟ୍

ଭୁବନେଶ୍ୱର: ରେଳ ମନ୍ତ୍ରାଳୟ ପକ୍ଷରୁ ଚଳିତମାସ ୧୨ଠାରୁ ଭୁବନେଶ୍ୱରରୁ ଏବଂ ୧୩ରୁ ବେଙ୍ଗାଲୁରୁଠାରୁ ଏକ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ମଧ୍ୟରେ ଚଳାଚଳ ପାଇଁ ନିଷ୍ପତି ନିଆଯାଇଛି । ୦୮୪୬୩ ଭୁବନେଶ୍ୱର-ବେଙ୍ଗାଲୁରୁ ସ୍ୱତନ୍ତ୍ର ଟ୍ରେନ୍ ଭୁପନେଶ୍ୱରରୁ ଅକ୍ଟୋବର ୧୨ରୁ ପ୍ରତ୍ୟହ ସକାଳ ୫ଘ.୩୦ମିରେ ଛାଡି ତା ପରଦିନ ମଧ୍ୟାହ୍ନ ୧୨ଘ.୦୫ମିରେ ବେଙ୍ଗାଲୁରୁଠାରେ ପହଂଚିବ । ଫେରିବା ମାର୍ଗରେ ୦୮୪୬୪ ବେଙ୍ଗାଲୁରୁ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ବେଙ୍ଗାଲୁରୁରୁ ଅକ୍ଟୋବର ୧୩ଠାରୁ ପ୍ରତ୍ୟହ ଅପରାହ୍ନ ୧ଘ.୪୦ମିରେ ଛାଡି ଭୁବନେଶ୍ୱରରେ ତା ପରିଦିନ ରାତ୍ର ୯ଘ.୦୫ମିରେ ପହଂଚିବ । ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ଚାରିଟି ଏସି-୩ ଟାୟାର, ୧୧ଟି ଦ୍ୱିତୀୟ ଶ୍ରେଣୀ ସ୍ଲିପର, ୪ଟି ସାଧାରଣ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ।
ରେଳ ଯାତ୍ରୀଙ୍କ ପାଇଁ ଭଲ ଖବର । ଏଣିକି ଟ୍ରେନ୍ ଛାଡ଼ିବାର ଅଧଘଂଟା ପୂର୍ବରୁ ବୁକିଂ କରିହେବ ସଂରକ୍ଷିତ ଟିକଟ । ଚଳିତମାସ ୧୦ରୁ ରିଜର୍ଭେସନ୍ ଚାର୍ଟର ଏହି ନିୟମ ଲାଗୁ ହେବାକୁ ଯାଉଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ ପୁନଃନିର୍ଦ୍ଧାରିତ ସମୟର ଅଧା ଘଂଟା ପୂର୍ବରୁ ରେଳପଥ ପକ୍ଷରୁ ଦ୍ୱିତୀୟ ରିଳଭେସନ୍ ଚାର୍ଟ ଜାରି କରାଯିବ । ଯାହା ଫଳରେ ତୁରନ୍ତ କୌଣସି ସ୍ଥାନକୁ ଯିବାକୁ ଚାହିଁଥିବା ଯାତ୍ରୀମାନଙ୍କୁ ଏହାର ଫାଇଦା ମିଳିପାରିବ । ସେହିପରି ଟ୍ରେନ ଛାଡିବାର ନିର୍ଦ୍ଧାରିତ ସମୟର ୪ ଘଂଟା ପୂର୍ବରୁ ପ୍ରଥମ ରିଜର୍ଭେସନ୍ ଚାର୍ଟ ପ୍ରସ୍ତୁତ କରାଯିବ । ପୂର୍ବରୁ ପ୍ରଥମ ଚାର୍ଟ ଜାରି ହେବା ପରେ ଅନେକ ସିଟ୍ ଖାଲି ପଡୁଥିଲା । କେତେକ ଯାତ୍ରୀ ସେମାନଙ୍କର କାର୍ଯ୍ୟକ୍ରମରେ ପରିବର୍ତନ କରୁଥିବା ବେଳେ ଆଉ କିଛି ଯାତ୍ରୀ ଅନ୍ୟ କୌଣସି କାରଣରୁ ସେମାନଙ୍କ ଯାତ୍ରାକୁ ସ୍ଥଗିତ କରିଦେଉଥିଲେ । ଫଳରେ ଏହି ସବୁ ସିଟ୍ ଖାଲି ପଡୁଥିଲା । ତେଣୁ ଜରୁରୀ ଥିବା ଯାତ୍ରୀଙ୍କ ଯାତ୍ରା ନିମନ୍ତେ ଖାଲି ପଡ଼ିଥିବା ଏହି ସିଟ୍ ପୂରଣ କରିବା ପାଇଁ ଯାତ୍ରୀମାନଙ୍କୁ ରିଜର୍ଭେସନ ମିଳିପାରିବ । ଏଥିପାଇଁ ରେଳପଥ ୨ଟି ରିଜର୍ଭେସନ ୨ଟି ରିଜର୍ଭେସନ ଚାର୍ଟ ପ୍ରସ୍ତୁତ କରିଛି ।

Leave A Reply

Your email address will not be published.

1 × 1 =