କେନ୍ଦ୍ରାପଡା: କେନ୍ଦ୍ରାପଡାର ଜଣେ ଯୁବତୀ ପରୀକ୍ଷା ଦେବାକୁ କଟକ ଲିଙ୍କ ରୋଡରେ ବସରୁ ଓହ୍ଲାଇ ଏକ ଅଟୋରିକ୍ସାରେ ଭୂବନେଶ୍ୱର ଯାଉଥିଲେ । ଅଟୋଚାଳକ ସେହି ଯୁବତୀଙ୍କୁ ଅନ୍ୟ ମହିଳା ଯାତ୍ରୀ ଓହ୍ଲାଇ ଯିବା ପରେ ଏକ ଜଙ୍ଗଲିଆ ରାସ୍ତାରେ ନେଇ ବାଟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଗୋବିନ୍ଦପୁର ନିକଟରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।