ମଛୁଆ ସାହି ଆକତପୁରରେ ବିଜେଡିର ନିର୍ବାଚନୀ ସଭା

ବାଲେଶ୍ୱର: ମଛୁଆ ସାହିର ଅକତପୁରରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବ୍ୟର ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ନବୀନ ପଟ୍ଟନାୟକଙ୍କ ସରକାରରେ ସଂଖ୍ୟାଲଘୁମାନଙ୍କର ସୁଫଳ ଯୋଜନା ମାନ କାର୍ଯ୍ୟକାରୀ ହୋଇଥିବାର ସୂଚନା ଦେଇଥିଲେ । ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ ଉଦବୋଧନ ଦେଇ ପ୍ରାର୍ଥୀ ସ୍ୱରୁପ ଦାସଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ବିଶିଷ୍ଟ ନାରୀନେତ୍ରୀ ଶ୍ରୀମତୀ ସୁବାସିିନି ଜେନା ନବୀନ ପଟ୍ଟନାୟକଙ୍କ ମନୋନୀତ ପ୍ରାର୍ଥୀ ଶ୍ରୀ ସ୍ୱରୁପ ଦାସଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଏଥିରେ ଅଧ୍ୟକ୍ଷତା କରି ପର୍ଯ୍ୟବେକ୍ଷକ ତଥା ଓଡିଶା ହାଉସିଂବୋଡର ଚେୟାରମ୍ୟାନ୍ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ବାଲେଶ୍ୱରର ଉନ୍ନତି ପାଇଁ ବିଜୁଜନତା ଦଳର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟ ସଭା ସାଂସଦ ଶ୍ରୀ ମୁନ୍ନା ଖାଁ ଓ ପୂର୍ବତନ ବିଧାୟକ ଶ୍ରୀ ଆୟୁବ୍ ଅଲ୍ଲୀ ଖାଁ ଅଭିଭାଷଣ ଦେଇ ସଂଖ୍ୟାଲଘୁ ମାନଙ୍କର ବିକାଶ କେବଳ ବିଜୁ ଜନତା ଦଳ ଦେଇ ହେବ ବୋଲି ଉଲ୍ଲେଖ କରିଥିଲେ । ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲୀକ ମହିଳାମାନଙ୍କ ଉନ୍ନତି ଏହି ସରକାରଙ୍କ ଦ୍ୱାରା ସାଧିତ ହୋଇ ପାରିଛି ବୋଲି ଉଲ୍ଲେଖ କରିଥିଲେ । ଶ୍ରୀଯୁକ୍ତ ଭାଗବତ ସାହୁ, ଶ୍ରୀଯୁକ୍ତ ବାଦଲ ଦାସ, ଶ୍ରୀଯୁକ୍ତ ମଞ୍ଜର ଅଲ୍ଲୀ ଖାଁ , ଶ୍ରୀମତୀ ଉର୍ମିଳା ଲତା ଦେ, ମନ୍ଦାକିନୀ କର, ସୂଚୀଶ୍ମିତା ବେହେରା ପ୍ରମୁଖ ଉଦବୋଧନ ଦେଇ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ନିବେଦନ କରିଥିଲେ ।

Leave A Reply

Your email address will not be published.

3 + 3 =