ରାୟଗଡା: ରାଇଘର ମଣ୍ଡି ସମସ୍ୟା ଜିଲ୍ଲାର ଏକ ବଡ ସମସ୍ୟା ହୋଇ ଥିବା ବେଳେ ସମସ୍ୟାର ସମାଧାନନ ହେଲେ ଆଗକୁ ମଣ୍ଡି ଆନେ୍ଦାଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ କମିଟି ସାମ୍ବାଦିକ ସମ୍ବିଳନୀ କରି କହିଥିବା ବେଳେ ରାଇଘର ବ୍ଲକରେ ମଧ୍ୟ ସମାନ ସ୍ଥିତି ଦେଖା ଦେଇଛି । ଟାର୍ଗେଟ ଆସି ନ ଥିବାରୁ ଧାନ କ୍ରୟ କରାଯିବନି କହି ଚାଷୀଙ୍କୁ ଫେରାଇ ଦେଉଛି । ଦୀର୍ଘ ଦିନ ହେଲା ମଣ୍ଡିରେ ଏଭଳି ଅବ୍ୟବସ୍ଥା ଲାଗି ରହିଥିଲେ ହେଁ ଏହାର ସମାଧାନ କରାଯାଉନଥିବାରୁ ଏହାର ପ୍ରତିବାଦରେ ରାଇଘର ମଣ୍ଡି ଅଧିନରେ ଥିବା ଚାଷୀଙ୍କ ତରଫରୁ ସ୍ଥାନୀୟ ଲ୍ୟାମ୍ପସ୍ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଏହାକୁ ସମର୍ଥନ ଜଣାଇ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସହ ଏକ ବିଜେପି ପ୍ରତିନିଧି ଦଳ ଲ୍ୟାମ୍ପସ୍ କାର୍ଯ୍ୟାଳୟ ଠାରେ ପହଞ୍ଚି ସମସ୍ୟା ଉପରେ ପଚାରି ବୁଝିଥିଲେ କିନ୍ତୁ ବର୍ତମାନ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ହୋଇ ପାରିନାହିଁ ଯାହା ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛ । ରାଇଘର ବ୍ଲକରେ ଥିବା ପାଞ୍ଚଟି ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି ।ଅନ୍ୟପଟେ ଟାର୍ଗେଟ ଆସି ନଥିବା କହି ଚାଷୀଙ୍କୁ ଫେରାଇ ଦିଆଯାଉଛି । କିଛି ଚାଷୀଙ୍କୁ ଟୋକନ ମିଳି ଥିବା ବେଳେ ଟୋକନ ପାଇଥିବା ଚାଷୀଙ୍କ ଠାରୁ ଧାନ କିଣା ଯାଉନି ।ସରକାର ମଣ୍ଡି ମାଧ୍ୟମରେ ଧାନ କିଣିବାରେ ବିଫଳ ହୋଇଛନ୍ତି । ବର୍ତମାନ ଟାର୍ଗେଟ ରାଇଘର ବ୍ଲକକୁ ଅଳ୍ପ ଦେଇଥିବା ଘଟଣାକୁ ନେଇ ଦୁଇ ଦିନ ତଳେ ଉମରକୋଟ ବିଧାୟକ ଲ୍ୟାମ୍ପସ୍ ଏମଡି ଓ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଲ୍ୟାମ୍ପସ୍ ପକ୍ଷରୁ ଟାର୍ଗେଟ କମ ଦିଆ ଯାଇଥିବା ଯୋଗୁଁ ଅଳ୍ପ ଟାର୍ଗେଟ ମିଳିଥିବା ଜଣା ପଡିଛି । ଏହି ଘଟଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କିଛି ବ୍ୟକ୍ତି ମାନଙ୍କ ଲ୍ୟାମ୍ପସ୍ ସହ ସଲା ସୁତରା ରହି ଥିବା ଯୋଗୁଁ ସେମାନେ ପ୍ରତେକ ମଣ୍ଡିରେ ଧାନ ଦେବା ସହ ସେମାନଙ୍କର ଆଗ ଧାନ ଉଠୁ ଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡି ଗୁଡିକରେ ପଡି ରହିଥିବା ବେଳେ ଏହାର ତଦାରଖ ଓ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ । ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ ଦିଗରେ ଗୁରୁତ୍ତ୍ୱ ଦେବାକୁ ଚାଷୀ ମହଲରେ ଦାବୀ ହୋଇଛି ।