ମଦ ପିଇବାକୁ ନେଇ ଗଣ୍ଡଗୋଳ : ଜଣେ ଆହତ

ବାଲିକୁଦା: ମଦ ପିଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ଦୁଇ ଭାଇଙ୍କ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣା ପଡିଛି । ଏହି ଦୁଇ ଭାଇଙ୍କ ଆକ୍ରମଣରେ ଆହତଙ୍କ ବାମ ଗୋଡ ଭାଙ୍ଗି ଚୁନା ହୋଇଯାଇଛି । ଏଭଳି ଘଟଣା ଘଟିଛି ଅନନ୍ତପୁର ଫାଣ୍ଡି ଅଧୀନ କୁଷୁପୁର ପଞ୍ଚାୟତ ଖଡିକାଦଣ୍ଡା ଗାଁରେ । ଦୁଇ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ପୁଲିସ ସାନଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ବଡ ଭାଇ ଗାଁରେ ବୁଲୁଥିବା ବେଳେ ପୁଲିସ ତାକୁ ଗିରଫ ନ କରିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଘଟଣା ପର ଠାରୁ ଫାଣ୍ଡି ପୁଲିସ ଚାପରେ ଥିବା ଜାଣିବାକୁ ମିଳିଛି । ଉକ୍ତ ଘଟଣାରେ ବାଲିକୁଦା ଥାନାରେ ୨୧୩/୨୦ରେ ଏକ ମାମଲା ରୁଜୁ କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଉକ୍ତ ଗାଁର ସମୀର ପ୍ରଧାନ(୩୫), ଜଟାଧାରୀ ସ୍ୱାଇଁ (୩୫)ଓ ଅନ୍ୟ ଜଣେ ମିଶି ମଦ ପିଇ ଥିଲେ । ମଦ ନିଶା ହେବା ପରେ ସମୀର ଜଟାଧାରୀର ମୋବାଇଲକୁ ନେଇ ଯାଇଥିଲା । ମୋବାଇଲ ଫେରାଇବା ପାଇଁ ଜଟାଧାରୀ ସମୀରକୁ ଅନୁରୋଧ କରିଥିଲା । ମାତ୍ର ସେ ମୋବାଇଲ ଫେରାଇ ନ ଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ରାଗିଯାଇ ସମୀର ଜଟାଧାରୀକୁ ପ୍ରଥମେ ଆକ୍ରମଣ କରିଥିଲା । ପରେ ସମୀରର ବଡଭାଇ ରୋହିତ(୪୨) ସେଠାକୁ ଆସି ଜଟାଧାରୀକୁ ମାଡ ମାରିଥିଲା । ଦୁଇ ଭାଇ ମିଶି ଜଟାଧାରୀଙ୍କୁ ନିର୍ଘାତ ପିଟିଥିଲେ । କାଠ ଫାଳିଆରେ ଜଟାଧାରୀଙ୍କ ଗୋଡକୁ ପିଟି ଚାଲିଥିଲେ । ଆହତଙ୍କୁ ଘଟଣା ସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ମେଡିକାଲ ନିଆ ଯାଇଥିବା ବେଳେ ଖବର ପାଇ ଫାଣ୍ଡି ଅଧିକାରୀ ଯୋଗେନ୍ଦ୍ର ଚୌଧୁରୀ ପହଞ୍ଚି ଅଭିଯୁକ୍ତ ସମୀରକୁ ଫାଣ୍ଡିକୁ ଆଣି ଅଟକ ରଖି ପରେ ତାକୁ ବାଲିକୁଦା ଥାନାରେ ଜିମା ଦେଇଥିଲେ । ବାଲିକୁଦା ପୁଲିସ ଅଭିଯୁକ୍ତ ସମୀରକୁ କୋର୍ଟ ଚାଲାଣ କରିଛି । ଜାମିନି ନାମଂଜୁର ହେବାରୁ ତାକୁ ଜେଲକୁ ପଠାଇ ଦିଆ ଯାଇଛି ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ସେପଟେ ଅନ୍ୟ ଅଭିଯୁକ୍ତ ସମୀରର ଭାଇ ରୋହିତ ଗାଁରେ ଖୁଲମ ଖୁଲା ବୁଲୁଥିବା ବେଳେ ସେ ଫେରାର ଥିବା କହି ପୁଲିସ ତାକୁ ଗିରଫ କରୁ ନଥିବାରୁ ଅସନ୍ତୋଷ ଦେଖା ଦେଇଛି । ତେବେ ଘଟଣାକୁ ନେଇ ପୁଲିସ ଚାପରେ ଥିବାରୁ ଅନ୍ୟ ଅଭିଯୁକ୍ତକୁ ଗିରଫ କରା୍ାଉ ନଥିବା କୁହା ଯାଉଛି ।

Leave A Reply

Your email address will not be published.

one × five =