ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗଡିବ ବସ୍

ଭୁବନେଶ୍ୱର: କରୋନା କଟକଣାକୁ କୋହଳ କରି ରାଜ୍ୟ ସରକାର ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି ଦେଇଥିଲେ ମଧ୍ୟ ଆଜି ୧୦ଟି ଜିଲ୍ଲାରେ ବସ୍ ଚଳାଚଳ କରିନଥିବା ଜଣାଯାଇଛି । ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବସ୍ ଚାଲିବ ବୋଲି ଘରୋଇ ବସ୍ ମାଳିକ୍ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ସୂଚନା ଯୋଗ୍ୟ ଯେ, କରୋନା ସଂକ୍ରମଣ କମିବା ପରେ ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁଯାୟୀ ଆଜିଠୁ ସାରା ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ପାଇଁ ସରକାର ଗତକାଲି ଅନୁମତି ଦେଇଥିଲେ । ତେବେ ବସ୍ରେ ସିଟ୍ ଯେତିକି ଥିବା ସେତିକି ଯାତ୍ରୀ ହିଁ ଯାଇପାରିବେ ବୋଲି ସରକାର ଗାଇଡଲାଇନ୍ କହିଛନ୍ତି । ରାଜ୍ୟ ସରକାର ପୂର୍ବରୁ ରାଜ୍ୟ ଏପ୍ରିଲ, ମେ’ ଜୁନ୍ ପାଇଁ ମୋଟର ଯାନ ଟିକସ୍ ଛାଡ଼ କରିଥିବା ବେଳେ ଜୁଲାଇ ମାସ ପାଇଁ ମଧ୍ୟ ଛାଡ଼ କରିଛନ୍ତି । ସମସ୍ତ ଯାତ୍ରୀବାହୀ ମୋଟର ଯାନ ଓ ଶିକ୍ଷାନୁଷ୍ଠାନର ବସଗୁଡ଼ିକୁ ଟିକସ ଛାଡ଼ର ଫାଇଦା ମିଳିବ ।ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ କୋଭିଡ୍ କଟକଣା ଯୋଗୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ ଥିବାବେଳେ ଅନ୍ତ ରାଜ୍ୟ ବସ୍ ଚଳାଚଳ ମଧ୍ୟ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ମୋଟର ଯାନ ଟିକସ ଆଇନ-୧୯୭୫ର ଧାରା ୧୫(୧) ପ୍ରାବଧାନ ଆଧାରରେ ଜୁଲାଇ ମାସର ଟିକସ ଛାଡ଼ କରିଛନ୍ତି । ପୂର୍ବରୁ ଏପ୍ରିଲ, ମେ’ ଓ ଜୁନ୍ ମାସର ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରିଥିଲେ । ଅନ୍ୟପକ୍ଷରେ ବୀମା କମ୍ପାନୀଗୁଡ଼ିକ ମଧ୍ୟ ବୀମା ଅବଧିକୁ ଆଉ ୩ମାସ ବୃଦ୍ଧି କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଦାବି କରିଛନ୍ତି ।

Leave A Reply

Your email address will not be published.

4 × two =