* ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ପାଇଁ ସରକାର ଯତ୍ନବାନ : ମନ୍ତ୍ରୀ ଜଗନ୍ନାଥ ସାରକା
ଉମରକୋଟ /ରାଇଘର : ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀରେ ଆଜି ରାଜ୍ୟ ସରକାରଙ୍କ ଆଦିବାସୀ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଗ୍ରସ୍ତ କରି ୪ ଟି ଆଦିବାସୀ ଉନ୍ନୟନ ବିଭାଗର ଅନ୍ୱେଷା ଛାତ୍ରାବାସ ଓ ଛାତ୍ରୀ ନିବାସ ର ଉଦ୍ଘାଟନ କରିଛନ୍ତି ଏଥି ମଧ୍ୟରୁ ରାଇଘରଠାରେ ୨୦୦ ଶଯ୍ୟା ବିଶିଷ୍ଟ ଗୋଟିଏ ଛାତ୍ରାବାସ ଓ ଗୋଟିଏ ଛାତ୍ରୀ ନିବାସ ଓ ଉମରକୋଟ ଠାରେ ୨୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ୩୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଉଦ୍ଘାଟନ କରିଛନ୍ତି । ଏହି ପରିପେକ୍ଷିରେ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷ୍ୟା ର ବିକାଶକୁ ଗୁରୁତ୍ଵ ଦେଇଛନ୍ତି ମନ୍ତ୍ରୀ ସାରକା । ମନ୍ତ୍ରୀ ସାରକା ନିଜର ଭାଷଣ ମାଧ୍ୟମ ରେ କହିଛନ୍ତି “ଶିକ୍ଷା ହିଁ ବିକାଶର ଚାବିକାଠି ” । ଉଦ୍ଘାଟନି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟ ରେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ରାଜ୍ୟ ଉଠାଜଳସେଚନ ପ୍ରକଳ୍ପର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟ ସରକାର ସର୍ବଦା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ସହ ସେମାନଙ୍କ ଶିକ୍ଷାର କିପରି ବିକାଶ ହୋଇପାରିବ ସେଥି ପ୍ରତି ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲାରେ ଯେଉଁ ଆଦିବାସୀ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହିବାର ସୁବିଧାରୁ ବଞ୍ଚିତ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ହଷ୍ଟେଲର ବ୍ୟବସ୍ଥା କରାଯିବା ପାଇଁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଅନୁରୋଧ କରିଥିଲେ l ଏହାକୁ ସମ୍ମତି ଜଣାଇ ଆଗକୁ ଆହୁରି ହଷ୍ଟେଲ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସାରକା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଉଠା ଜଳ ସେଚନ ନିଗମ ର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ପରିଚାଳନା କରିଥିବା ବେଳେ, କାର୍ଯ୍ୟକ୍ରମରେ ଉମରକୋଟ ପଞ୍ଚାୟତ ସମିତି ଅଧକ୍ଷା ସୁଶିଳା ମାଝୀ, ପୌର ପରିଷଦ ଅଧକ୍ଷା ରାଧା ଭତ୍ରା, ହେଲ୍ପ ଲାଇନ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମଲ୍ଲିକ,ସଭାପତି କୃଷ୍ଣ ପ୍ରସାଦ ପଟ୍ଟନାୟକ,କ୍ରୀଡା ସଂଯୋଜକ ସଲିମ ରାଠୋର ଉପସଭାପତି ଚନ୍ଦନା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l