ମରଣ ଯନ୍ତା ପାଲଟିଛି ବଡଗାଁ-ତେନ୍ତୁଳି ବେଲାରି ଆରଡି ରାସ୍ତା

ଜଗତସିଂହପୁର: ବାଲିକୁଦ ସରକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଅଧିନରେ ଥିବା ବଡଗାଁ ଠାରୁ ତେନ୍ତୁଳିବେଲାରି ୧୪କି.ମି. ଗ୍ରାମ୍ୟ ଉନ୍ନୟନ ରାସ୍ତା ଶୋଚନୀୟ ଅବସ୍ଥାରେ ପହଂଚିଛି । ଏଥିନିମନ୍ତେ ୪ଗୋଟି ଗ୍ରାମ ପଂଚାୟତର ୭୦ ହଜାର ଲୋକଙ୍କ ଜୀବନ ଯାତ୍ରା ଲ ଏକ ପ୍ରକାର ଠପ୍ ହୋଇଯାଇଛି । ତେବେ ରାହଣ, ଓଷକଣା, ଅନନ୍ତପୁର, କୁଷୁପୁର ଗ୍ରାମ ପଂଚାୟତର ପ୍ରାୟ ୧୮ ଗୋଟି ଗ୍ରାମର ଜନସାଧାରଣଙ୍କ ଜୀବନ ଯାତ୍ରା ଦୁର୍ବିସହ ହୋଇ ପଡିଛି । ୫୫ନଂ ଜାତୀୟ ରାଜପଥର ବୋରିକିନା ଯିବା ବାଟରେ ଗଇଁଠି ପୁର-ବଡଗାଁ ପୋଲ ପରୁ ବାହାରିଥିବା ଏହି ଆରଡି ରାସ୍ତା ଅବସ୍ଥା ଅତ୍ୟନ୍ତ ୋଶଚନୀୟ ହୋଇପଡିଛି । ଏହି ରାସ୍ତା ଦେଇ ୪ଖଣ୍ଡି ଘରୋଇ ବସ, ଟ୍ରକ, ଟ୍ରେକର, କାର, ବାଇକ, ସାଥକେଲରେ ଯ୍ଧବଥିବା ଶହଶହ ଜନସାଧାରଣଙ୍କ ଭାଗ୍ୟ ସୁତାଖିଅରେ ଝୁଲୁଛି । ଏହି ରାସ୍ତାର ବଡଗାଁ ଅନନ୍ତବଳିଆ ଗାଦିବ୍ରହ୍ମ ଉଚ୍ଚ ବିଦ୍ୟାଳୟ ଠାରୁ ରାହଣ ପର୍ଯ୍ୟନ୍ତ ରାସ୍ତାରେ ପ୍ରାୟ ୨ଫୁଟରୁ ୩ଫସ୍ୱଙ୍କ ପର୍ଯ୍ୟନ୍ତ ଖାଲ ଖମାରେ ପରିପୂର୍ଣ୍ଣ ହୋିଛି । ଚତରା ମୁଣ୍ଡାଇ ଗାନ୍ଧିଛକ ଠାରେ ଏକ ୫ଫୁଟର ଗର୍ତ ସୃଷ୍ଟି ହୋଇଛି । ଯାହାଦ୍ୱାରା ସେଠାରେ ୪ଚକିଆ ଯାନ ବାହାନ ଚଳାଚଳ ସଂପୁର୍ଣ୍ଣ ବନ୍ଦ ହୋଇଛି । ଏ ସମ୍ପର୍କର ଟେଲିଫୋନ ଯୋଗେ ସରକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରେ ସେହି ରାସ୍ତା କାମ ନିମନ୍ତେ ଟେଣ୍ଡର ଦିଆଯାଇଛି । ମାତ୍ର ଟେଣ୍ଡର ନେଇଥିବା ଠିକାଦାରଙ୍କ କାଳକ୍ଷୋଷଣ ନୀତି ଅବଲମ୍ବନ କରିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଦୁର୍ଦଶାର ସମୁଖିନ ହୋଇଛନ୍ତି । ଜିଲ୍ଲାର ସବୁଠାରୁ ମରଣ ଯନ୍ତା ପାଲଟି ଥିବା ଏହି ରାସ୍ତାରେ ପୂର୍ବରୁ ବହୁ ଯନ୍ତ୍ରୀମାନେ ମାଲେମାଲ ହୋଇଥିବା ଶୁଣିବାକୁ ମିଳିଛି । ତୁରନ୍ତ ରାସ୍ତା କାମ ଆରମ୍ଭ ପାଇଁ ବିଭିନ୍ନ ମହଲରୁ ଦୃଢ ଦାବୀ ହେଉଛି ।

Leave A Reply

Your email address will not be published.

10 − 6 =