କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି-୯୦ ଗ୍ରାମ ଠାରୁ ଫାର୍ମକଲୋନୀ ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି । ଫାର୍ମକଲୋନୀ ରାସ୍ତାରେ ସ୍କୁଟି କୁ ଧକ୍କା ଦେଲା ବୋଲେରୋ,ଫଳରେ ଜଣଙ୍କରମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ନିମନ୍ତେ ମାଲକାନଗିରି ମୁଖ୍ୟ ଚିକିତ୍ସାଲୟକୁ ପଠା ଯାଇଥିବା ସୂଚନା ମିଳିଛି । ଆହତ ମାନଙ୍କ ମଧ୍ୟରେ ଦୁଇ ଜଣ ବ୍ୟକ୍ତି ଓ ଜଣେ ୭ ବର୍ଷର ଛାତ୍ରୀ ରହିଥିବା ଜଣାପଡ଼ିଛି । ସୂଚନା ମୁତାବକ ଆରଡି- ୨ ର ଜେଇ ଅସ୍ମିତ ଧାରୁଆ ,ତାଙ୍କ ଡ୍ରାଇଭର ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାରଙ୍କ ସହ ମିଶି ବୋଲେରୋ ଗାଡ଼ି ଯୋଗେ ଘାଟି ର କାମଦେଖି ଫେରୁଥିବା ବେଳେ ଏମ.ଭି-୯୦ ଗ୍ରାମ ଠାରୁ ଫାର୍ମ କଲୋନୀ ମୁଖ୍ୟ ରାସ୍ତାରେ ଏକ ସ୍କୁଟିକୁ ଧକ୍କା ଦେଇଥିଲେ । ସ୍କୁଟିରେ ଏମ ଭି ୭୦ ଗ୍ରାମର ବିକ୍ରମ ପାତ୍ର (୩୫) ଓ ମନୋରଞ୍ଜନ ଦାସ (୩୨) ଏବଂ ତାଙ୍କ ୭ ବର୍ଷର ଝିଅକୁ ସେ ସ୍କୁଲରୁ ନେଇ ଘରକୁ ଫେରୁଥିବା ବେଳେ ଏହିଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କୁଟିରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କର ମେଡିକାଲ ନେବା ସମୟରେ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ବୋଲେରୋ ଡ୍ରାଇଭର ଲୁଚି ପଲେଇଥିବା ଜଣାପଡ଼ିଛି । ଖବର ପାଇ କାଲିମେଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ସ୍କୁଟି ବାଇକ କୁ ଜବତ କରି ତଦନ୍ତ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି।