ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତି ପାଳିତ

ଯାଜପୁର: ଦଶରଥପୁର ବ୍ଳକର ବିଭିନ୍ନ ଅଂଚଳରେ ଜାତୀର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ୍ ୧୯ କଟକଣାକୁ ଦୃଷ୍ଟିରେ ରଖି ଦଶରଥପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ପ୍ରାକ୍ତନ ପ୍ରଧାନଶିକ୍ଷକ ଶଶିକାନ୍ତ ଦାସ, ସିଆରସିସି କବିତା ରାଣୀ ପଣ୍ଡା, ଏସ୍ଏମ୍ସି ସଭାପତି ଚୈତନ୍ୟ କୁମାର ପରିଡା, ଦଶରଥପୁର ସରପଂଚ ଇନ୍ଦ୍ରଜିତ୍ ଦାସ, ମୋ ସ୍କୁଲ ଅଭିଯାନର ସଭାପତି ନାରାୟଣ ଚନ୍ଦ୍ର ସାହୁ, ସଭ୍ୟ କୌଶିକ୍ ଦାସ, ଯତିନ୍ଦ୍ର ନାଥ କର, ଚନ୍ଦ୍ର ଶେଖର ସାହୁ, ବିଷ୍ଣୁ ଚରଣ ବେହେରା, ଶିକ୍ଷକ ସୁବ୍ରତ ସାହୁ, ନୀଳମଣୀ ସାମନ୍ତ, ଗାୟତୀ ଦେବତା, ହରିହର ଜେନା, ସତ୍ୟବ୍ରତ ପାଣି, ଶିକ୍ଷୟତ୍ରୀ ଗାୟତ୍ରୀ ପ୍ରିୟଦର୍ଶନୀ ଦେବତା, ଲକ୍ଷ୍ମୀପ୍ରିୟା ସାହୁ, ବର୍ଷା ପି୍ରୟଦର୍ଶନୀ ପଣ୍ଡା, ଅର୍ଚନା ଦୁବେଇ ଓ ମଧୁୁମିତା ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଉଭୟ ମହାପୁରୁଷଙ୍କ ଫଟୋ ଚିତ୍ରରେ ପୁଷ୍ଣମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଉପସ୍ଥିତ ଅତିଥିମାନେ ଉଭୟ ମହାପୁରୁଷଙ୍କ ଜୀବନାବଳୀ ଉପରେ ଉପାଦେୟ ଆଲୋକପାତ କରିଥିଲେ । ଶେଷରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ୱଳ୍ପ ସଂକ୍ଷକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସଂଗୀତରେ ଦଶମ ଶ୍ରେଣୀର ଅର୍ପିତା ମିଶ୍ର, ବକୃତାରେ ନବମ ଶ୍ରେଣୀର ଶୁଭଲକ୍ଷ୍ମୀ ବେହୁରିଆ, ଚିତ୍ରାଙ୍କନରେ ସପ୍ତମ ଶ୍ରେଣୀର ଅନ୍ୱେଷା ପଢିହାରୀ ଓ ପ୍ରବନ୍ଧରେ ଦଶମ ଶ୍ରେଣୀର ଲିପ୍ତା ଦାସ ପ୍ରଥମ ଶ୍ରେଣୀ ଅଧିକାର କରିଥିଲେ । ସେହିପରି ଡାହାଣହତା ପଂଚାୟତରେ ସରପଂଚ ଗୋବିନ୍ଦ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଏହି ଜୟନ୍ତୀ ପାଳିତ ହୋଇଥିବା ବେଳେ ରାହାସୋଇ ପଂଚାୟତରେ ସରପଂଚ ମାଧବ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପାଲଟପୁର ସରପଂଚ ଝୁନାରାଣୀ ରାୟଙ୍କ ସଭାପତିତ୍ୱରେ ପଂଚାୟତ କାର୍ଯ୍ୟାଳୟରେ ଉଭୟ ମହାପୁରୁଷଙ୍କ ଜୟନ୍ତୀ ପାଳିତ ହୋଇଥିଲା । କମାରଢୀହିରେ ସରପଂଚ ସ୍ମିତାରାଣୀ ବିଶ୍ୱାଳ, ଥାଲକୁଡିରେ ସରପଂଚ ଆନନ୍ଦ ଚରଣ ବାରିକ, ମଙ୍ଗଳପୁରରେ ସରପଂଚ ଶିଶିର ଧଳ, ଖଣ୍ଡରାରେ ସରପଂଚ ଗୀତାଞ୍ଜଳି ସାହୁ, ଚିତାଳୋରେ ସରପଂଚ ଦିଲ୍ଲୀପ୍ ମହାନ୍ତି ପ୍ରମୁଖ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୀଙ୍କ ଜୟନ୍ତୀ ପାଳନରେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

six + 9 =