ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମିିରେ ଅନଲାଇନ ତାଲିମ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମିର ଆନୁକୁଲ୍ୟରେ ଆୟୋଜିତ ଦୀର୍ଘ ଏକ ମାସ ଧରି ଚାଲିଥିବା ନବ ନିଯୁକ୍ତ ଉପ ସରକାରୀ କାରାପାଳମାନଙ୍କର ମୌଳିକ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଗତ ମାସ ୧୫ତାରିଖରୁ ଆରମ୍ଭ ହୋଇ ଆଜି ଉଦଯାପନ ହୋଇଛି । ଉଦଯାପନ ଦିବସରେ ଓଡିଆ କାରାଗାର ସମୁହର ମହାନିର୍ଦେଶକ ତଥା ସଂସ୍କାର ସେବାର ନିର୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ସାମିଲ ୩୯ଜଣ ପ୍ରଶୀକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେବା ଅବସରରେ ଅଧିକାରୀମାନେ ନିଜ ଦାୟୀତ୍ୱ ଓ କର୍ତବ୍ୟ ପ୍ରତି ଯତ୍ନବାନ ହେବା ସଂଗେ ସଂଗେ ନିଜକୁ ଶାରିରୀକ ଓ ମାନସିକ ସ୍ତରରେ ଦକ୍ଷ ରହିବାକୁ ପରାମର୍ଶ ଦେବା ସଂଗେ ସଂଗେ ଚାକିରୀ କାଳ ଶେଷ ପରେ ମଧ୍ୟ ଏ ବିଭାଗକୁ ଅବୈତନିକ ସେବା ପ୍ରଦାନ କରିବା ମନୋବୃତି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅଧିକାରୀମାନେ ନିଜର ଦାୟୀତ୍ୱ ସମ୍ପୁର୍ଣ୍ଣ କରିବାରେ ଯଦି କିଛି ଅସୁବିଧାର ସମ୍ମୁଖିନ ହେଉଥାନ୍ତି ତେବେ ସେମାନେ ତାଙ୍କ ପାଖରେ ଥିବା ଅଭିଜ୍ଞ ଅଧିକାରୀଙ୍କ ସାହାର୍ଯ୍ୟ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଏକାଡେମିର ଉପ ନିର୍ଦେଶକ ଶ୍ରୀମତୀ ଅନୂସୟା ଜେନା, ଉପ ନିର୍ଦେଶକ ଶ୍ରୀମତୀ ସୁଦିପ୍ତା ପାଣିଗ୍ରାହୀ, ସହକାରୀ ନିର୍ଦେଶକ ଡଃ ବୀରକିଶୋର ଦାସ, ସହକାରୀ ନିର୍ଦେଶକ ତଥା ରେଜିଷ୍ଟା୍ରର ଶ୍ରୀସମୀର ରଂଜନ ସାହୁ ଓ ସହକାରୀ ନିର୍ଦେଶକ ଶ୍ରୀ ରମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ କାରାଗାରରେ ନବ ନିଯୁକ୍ତ ଉପ ସହକାରୀ କାରାପାଳମାନଙ୍କୁ ଅନଲାଇନ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ କାରାପରିଚାଳନା ଓ ସଂସ୍କାର ସେବାରେ ଉପଯୋଗୀ ବିିଭିନ୍ନ ବିଷୟରେ ତଥା କାରା ପରିଚାଳନା, ଆକାଉଂଟସ ଓ ଚାକିରି ନିୟମ, ସମାଜ ଶାସ୍ତ୍ର, ମନୋବିଜ୍ଞାନ, ମାନବିକ ଅଧିକାର, ଅପରାଧ ବିଜ୍ଞାନ ଓ କମ୍ପ୍ୟୁଟର ବ୍ୟବହାର ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏକାଡେମିର ସମସ୍ତ ପ୍ରଶିକ୍ଷକ ଓ ବିଭିନ୍ନ କାରାଗାରରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ ଯଥା କଟକ ମଣ୍ଡଳ କାରାଗାରର ବରିଷ୍ଠ ଅଧିକ୍ଷକ ଶ୍ରୀ ଶୁଭକାନ୍ତ ମିଶ୍ର, ରାଉଲକେଲା ବଙ୍କଳ ସୁଧାର ଆବାସର ଅଧିକ୍ଷକ ଶ୍ରୀ ହିମାଂଶୁ ଶେଖର ମିଶ୍ର, ଭବାନିପାଟଣା ଜିଲ୍ଲା କାରାଗାରର ଅଧିକ୍ଷକ ଶ୍ରୀ ମନୋରଞ୍ଜନ ପ୍ରତିହାରି, ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରର ଅଧିକ୍ଷକ ଶ୍ରୀ ଧିରେନ୍ଦ୍ର ନାଥ ବାରିକ, ରାଉଲକେଲା କାରାଗାରର ଅଧିକ୍ଷକ ଶ୍ରୀ ନିରାକାର ପାଢୀ, ଜୟପୁର ଉପ କାରାଗାରର କାରାପାଳ ଶ୍ରୀ ଲଲାଟେନ୍ଦୁ ଭୁଷଣ ଦାସ, କାରା ନିର୍ଦେଶାଳୟର ଦୁଇଜଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଓ ଶ୍ରୀ ଭକ୍ତ ବତ୍ସଳ ସାମଲ ପ୍ରମୁଖ ଏହି ତାଲିମ କାର୍ଯ୍ୟରେ ନିଜ ନିଜ ବିଷୟରେ ତାଲିମ ପ୍ରଦାନ କରିଥିଲେ । ପ୍ରଶୀକ୍ଷାର୍ଥିମାନେ ଏହି କାର୍ଯ୍ୟକ୍ରମରେ ଆଗ୍ରହର ସହ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏକାଡେମିର ସରକାରୀ ନିର୍ଦେଶକ ତଥା ରେଜିଷ୍ଟ୍ରାର ଶ୍ରୀ ସମୀର ରନ ସାହୁ କମ୍ପୁ୍ୟଟର ସହାୟତା ପ୍ରଦାନ କରିବା ସଂଗେ ସଂଗେ ପରିଚାଳନା କରିଥିଲେ । ସୁଚନା ଥାଉକି ଏହିପରି ଆଉ ଏକ ତାଲିମ କାର୍ଯ୍ୟକ୍ରମ ଆଗାମୀ ୧୯ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୧୮ ତାରିଖରେ ଉଦଯାପନ ହେବ ଯେଉଁଥିରେ ଚାଳିଶରୁ ଉର୍ଦ୍ଧ ଉପ ସହାକାରୀ କାରାପାଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.

3 + 14 =