ମହାନଦୀବିହାର: ୧୫ ମିନିଟ୍ ବିଳମ୍ବରେ ଲୁଟ୍ ହୋଇଥାନ୍ତା ୩୦ ଲକ୍ଷ

କଟକ: ଚାଉଳିଆଗଞ୍ଜ ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ଏସ୍ବିଆଇ ଏଟି ଏମ୍ରୁ ସୋମବାର ରାତି ୩ଟା ସମୟରେ ଲୁଟ ଉଦ୍ୟମ ହୋଇଛି । ଜଗତସିଂହପୁର ଅଂଚଳର ଜଣେ ଯୁବକ ଏକ କଳାରଙ୍ଗର ପଲସର୍ରେ ଆସି ଏଟିଏମ୍କୁ ଗ୍ୟାସ୍ କଟ୍ର ସାହାର୍ଯ୍ୟରେ କାଟି ଲୁଟ୍ ଉଦ୍ୟମ କରୁଥିବା ବେଳେ ଚାଉଳିଆଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଂଚି ତାକୁ କାବୁ କରିଛି । ସୂଚନା ଅନୁଯାୟୀ, ଯୁବକଜଣକ ପ୍ରାୟ ୧୫ ଦିନ ହେବ କଟକ ସହରକୁ ଆସି ବିଭିନ୍ନ ଏଟିଏମ୍କୁ ଯାଇ ନଜର ରଖୁଥିଲା । ଦୁଇ ଦିନ ପୂର୍ବରୁ ସେ ଗଣ୍ଡରପୁର ଏକ ହୋଟେଲରେ ରହି ଲୁଟ୍ର ପ୍ଲାନ କରିଥିଲା । ଏହି ଏଟିଏମ୍ରେ ରାତି ଜଗୁଆଳି ନଥିବାରୁ ସେ ରାତି ପ୍ରାୟ ଦୁଇଟା ବେଳେ ଏଟିଏମ୍ କାଉଂଟର ଭିତରେ ପଶି ଗ୍ୟାସ୍ କଟର୍ ଦ୍ୱାରା ଏଟିଏମ୍କୁ କାଟିଥିଲା । ସେହି ସମୟରେ ଚାଉଳିଆଗଞ୍ଜର ପିସିଆର୍ ଯାଉଥିବା ବେଳେ ଏଟିଏମର ସଟର ବନ୍ଦ ଥିବା ଏବଂ ଭିତରେ ଲାଇଟ ଜଳୁଥିବା ଦେଖି ସନେ୍ଦହ କରିଥିଲା । ଏ ସଂକ୍ରନ୍ତରେ ଖବର ପାଇ ଚାଉଳିଆଗଞ୍ଜ ଥାନା ଆଇଆଇସି ତପନ ପ୍ରଧାନ ଘଟଣାସ୍ଥଳରେ ପହଂଚି ସଟର ଉଠାଇବା ବେଳେ ଯୁବକଜଣକ ଗ୍ୟାସ୍ କଟର୍ରେ ଏଟିଏମକୁ ଆଧା କାଟି ଦେଇଥିଲା । ମାତ୍ର ପନ୍ଦର ମିନିଟ ବିଳମ୍ବ ହୋଇଥିଲେ, ଏଟିଏମରେ ଥିବା ତିରିଶ ଲକ୍ଷ ଟଙ୍କା ଲୁଟ ହୋଇଯାଇଥାନ୍ତା ବୋଲି ଏଟିଏମ ଦାୟିତ୍ୱରେ ଥିବା ବ୍ୟାଙ୍କ ଅଧିକାରୀ କହିଛନ୍ତି । ଚାଉଳିଆଗଞ୍ଜ ପୋଲିସ ଯୁବକକୁ ଅଟକ ରଖି ଭୁବନେଶ୍ୱର ପଟିଆ ଅଂଚଳରୁ ଦୁଇ ଦିନ ପୂର୍ବରୁ ଏକ ଏଟିଏମରୁ ଚୋରି ହୋଇଥିବା ୨୮ ଲକ୍ଷ ଟଙ୍କା ସଂପର୍କରେ ପଚାଉଚାରା କରୁଛି । ଲୁଟର ତରିକା ସମାନ ହୋଇଥିବାରୁ ଏହି ଘଟଣାରେ ତା’ର ହାତ ଥିବା ପୋଲିସ ସନେ୍ଦହ କରୁଛି ।

Leave A Reply

Your email address will not be published.

8 + 6 =