ଉମରକୋଟ : ଆଜି ଇସଲାମ ଧର୍ମର ମହାପୁରୁଷ ହଜରତ ମହମ୍ମଦ ଙ୍କ ୧୪୪୫ ତମ ପବିତ୍ର ଜନ୍ମ ଦିବସ ସାରା ବିଶ୍ୱରେ ମହା ଆଡମ୍ବର ସହ ପାଳନ ହେଉଥିବା ବେଳେ, ଉମରକୋଟ ଆଞ୍ଜୁମାନ ଇସ୍ଲାମିୟା କମିଟି ପକ୍ଷରୁ ଧୂମଧାମ ର ସହ ଏହାକୁ ପାଳନ କରାଯାଉଛି l ଏହି ପରିପେକ୍ଷୀରେ ଉମରକୋଟ ଅଞ୍ଚଳର ସମସ୍ତ ମୁସଲିମ ଭାଇମାନେ ଉମରକୋଟ ମସଜିଦ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ l ଏହି ପବିତ୍ର ଦିବସରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଧର୍ମ ଯାଜକମାନେ ସନ୍ଧ୍ୟା ସମୟ ରେ ଆୟୋଜିତ ଏକ ପ୍ରବଚନ ସଭାରେ ଯୋଗଦେଇ ଇସଲାମ ଧର୍ମ ସମ୍ପର୍କ ରେ ମହତ ବାଣୀ ପ୍ରଦାନ କରିଥିଲେ l ଏହି ପ୍ରବଚନ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ,ଏହି କାର୍ଯ୍ୟକ୍ରମ ରେ ସୁଦୂର ରାଜସ୍ଥାନ ଯୋଧପୁର ରୁ ମୁସଲିମ ଧର୍ମଗୁରୁ ସୟାଦ ନୁର ମିଆଁ ଆଶ୍ରଫି ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁସଲିମ ଧର୍ମ ବାଣୀ ପ୍ରଦାନ କରଥିଲେ ଏଥିସହ ଉମରକୋଟ ମସଜିଦ ମୌଲାନା ନଜମି ସାବ ଏବଂ ଅବିଭକ୍ତ କୋରାପୁଟ ଜ଼ିଲ୍ଲା ର ମୌଲାନା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଏହି କାର୍ଯ୍ୟକ୍ରମ ଉମରକୋଟ ଆଞ୍ଜୁମାନ ଇସ୍ଲାମିୟା କମିଟି ସଭାପତି ମହମ୍ମଦ ସଲିମ ରାଠୋର ଙ୍କ ପ୍ରତ୍ୟକ୍ଷ ତ୍ୱତ୍ୱାବଧାନରେ ଆୟୋଜିତ ହୋଇଥିଲା l ଏଥିରେ ସମ୍ପାଦକ ଅଲ୍ଲୀ ଲାଠିଆ , ପୂର୍ବତ୍ତନ ସଭାପତି କେ. ତାନଭୀର ଜିଲାନି , ଉପ ସଭାପତି ନାଶିର ଉଲ୍ଲା ସୁଫି, ଏବଂ ଯୁଗ୍ମ ସମ୍ପାଦକ ଶେଖ ଅନିତ ସୁନ୍ନି, ସୋନୁ ହିଙ୍ଗରl ପ୍ରମୁଖ ସହଯୋଗ କରିଥିଲେ l ଉମରକୋଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l