ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ମହୁଲପାଲି ଥାନା ଭାଲୁଡୁଙ୍ଗରୀ ଡଙ୍ଗାଖୁଂଟି ଗ୍ରାମର ଜଣେ ୧୬ ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ସେ ସଂପର୍କୀୟ ଘରକୁୁ ଯାଇ ଫେରୁଥିବା ସମୟରେ ଜଣେ ବିବାହିତ ଯୁବକ ମିଖେଲ କୁର୍ତି ଟାଙ୍ଗିଆରେ ହାଣି ହତ୍ୟା କରିଦେବା ଧମକ ଦେଇ ଗତ ମାସ ୨୩ ତାରିଖ ଦିନ ସାଢେ ୧୨ଟା ସମୟରେ ଦୁଷ୍କର୍ମ କରିଥିଲା । ଏନେଇ ମା’ ଓ ଝିଅ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ମିଖେଲ୍ କୁର୍ତି ଫେରାର ହୋଇଯାଇଛି । ମହୁଲପାଲି ପୋଲିସ ଏସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ କରି ନାବାଳିକାର ଡାକ୍ତରୀମାଇନା କରିଛନ୍ତି । ପୋଲିସର ତଦନ୍ତ ପରେ ଗତ ୧ ତାରିଖରୁ ପୀଡିତା ନାବାଳିକା ଘରୁ ନିଖୋଜ ରହିଛି । ଝିଅର ମା’ ଏ ବିଷୟରେ ଥାନାରେ ଜଣାଇବା ସହିତ ଗତ ୬ ତାରିଖରେ ପାଖ ଗାଁ ସଂପର୍କୀୟଙ୍କ ଘରକୁ ଯାଇ ଫେରୁଥିବା ସମୟରେ ଗାଁ କିସାନପଡାରେ ରଇବରୀ, ସୁଷମା ଟେଟେ, ଜୁରିଆ ଲାକ୍ରା, ଟେରସା ଟପ୍ପୋ ଆଦି ମହିଳା ଘଟଣା ଗାଁରେ ନ ଜଣାଇ ପୋଲିସକୁ କାହିଁକି ଜଣାଇଥିଲୁ ବୋଲି ତାଗିଦ୍ କରିଥିଲେ । ତୁ ଅଭିଯୁକ୍ତକୁ ଅପହରଣ କରି ଲୁଚାଇ ଦେଇଛୁ ଆଦି କହି ଗାଁ ମଝିରେ ଏକ ବିଦ୍ୟୁତ ଖୁଂଟରେ ବାନ୍ଧି ସଂପୂର୍ଣ୍ଣ ଉଲଗ୍ନ କରି କାଗଜରେ ଦସ୍ତଖତ ନେଇଛନ୍ତି ।
ଏହି ସମୟରେ ଗ୍ରାମର ରାକେଶ କିସାନ, ସୁଧୀର ଟପ୍ପୋ, ପାନୁ କିସାନ ପ୍ରମୁଖ ଯୁବକ ମୋବାଇଲରେ ମହିଳାଙ୍କ ଉଲଗ୍ନ ଖୁଂଟରେ ବନ୍ଧା ହୋଇଥିବା ଫଟୋ ଉଠାଇଥିବା ମହିଳା ଉଠାଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ବର୍ତମାନ ଜୀବନ ଭୟରେ ବିଧବା ମହିଳା ଜଣକ ସଂପର୍କୀୟଙ୍କ ଘରେ ଲୁଚିଥିବା ଜଣାପଡିଛି । ଅପରପକ୍ଷରେ ଅଭିଯୁକ୍ତ ଫେରାର ଥିବାରୁ ତାକୁ ଗିରଫ କରାଯାଇପାରିନାହିଁ ବୋଲି ମହୁଲପାଲି ପୋଲିସ ପକ୍ଷରୁ କୁହାଯାଇଛି ।