ମହିଳାଙ୍କୁ ହତ୍ୟା ନା ଆତ୍ମହତ୍ୟା!

ଭୁବନେଶ୍ୱର: ଶନିବାର ସକାଳେ ତମାଣ୍ଡୋ ଥାନାରେ କାର୍ଯ୍ୟରତ ହାବିଲଦାର ବିଜୟ ଗୋଚ୍ଛାୟତଙ୍କ ଘରୁ ତାଙ୍କ ବୋହୂ ବନ୍ଦନା ଜେନାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି । ବନ୍ଦନାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଫ୍ୟାନ୍ରେ ଝୁଲାଇ ଦିଆଯାଇଛି ବୋଲି ଅଭିଯୋଗ ହେବା ପରେ ପୋଲିସ ହାବିଲଦାରଙ୍କ ପୁଅ ଯାମିନୀକାନ୍ତଙ୍କୁ ଅଟକ ରଖିଛି । ଏକ ପୋଲିସ ପରିବାରରେ ମାତ୍ର ୭ ମାସ ନୂଆବୋହୂ ଅସ୍ୱାଭାବିକ ଭାବେ ମୃତ୍ୟୁବରଣ କରିଥିବା ଭଳି ଘଟଣାଟି ତମାଣ୍ଡୋ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାନୁସାରେ, ହାବିଲଦାର ଶ୍ରୀ ଗୋଚ୍ଛାୟତଙ୍କ ପୁଅ ଯାମିନୀକାନ୍ତ ଗତ ଫେବ୍ରୁଆରି ୧୬ ତାରିଖରେ ଏୟାରଫିଲ୍ଫ ଥାନା ଭୀମଟାଙ୍ଗୀ ଅଂଚଳର ପ୍ରାଣକୃଷ୍ଣ ଜେନାଙ୍କ ଝିଅ ବନ୍ଦନାଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପଡ଼ି ନଥିଲା । ଏ ନେଇ ବନ୍ଦନା ସବୁବେଳେ ତାଙ୍କୁ ଜଣାଉଥିଲେ ବୋଲି ବାପା ପ୍ରାଣକୃଷ୍ଣ ଏତଲାରେ ଉଲ୍ଲେଖ କରିଛନ୍ତି । ଅନେକଥର ତାଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା । ଗତକାଲି ଉଭୟଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା । ଚନ୍ଦନା ତାଙ୍କ ମା’ ବାସନ୍ତୀଙ୍କୁ ଫୋନ୍ କରି ଜଣାଇଥିଲେ । ତେଣୁ ସେମାନେ ତାଙ୍କ ଘରକୁ ଯାଇ କଥା ହେବାର ଥିଲା ବୋଲି ମା’ ବାସନ୍ତୀ କହିଛନ୍ତି । କିନ୍ତୁ ସକାଳୁ ବନ୍ଦନାଙ୍କ ମୃତ୍ୟୁ ଖବର ତାଙ୍କୁ ଦିଆଯାଇଥିଲା । ତେଣୁ ବନ୍ଦନା କେବେ ଆତ୍ମହତ୍ୟା କରିନାହିଁ ବୋଲି ବାସନ୍ତୀ କହିଛନ୍ତି । ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

1 × two =