ଯାଜପୁର,୨୪.୬(ନି.ପ୍ର) : ଜିଲ୍ଲାରେ ଅଧିକନ୍ତୁ କରୋନା ଭୂତାଣୁ ଯେପରି ସଂକ୍ରମିତ ନ ହୁଏ ଜିଲ୍ଳା ପ୍ରଶାସନ ଲକଡ଼ାଉନ୍ ନିୟମ ପାଳନ କରୁଥିବା ବେଳେ ଚଳିତ ମାସ କରୋନା ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟଡ଼ାଉନ୍ ରୂପେ ଘୋଷଣା କରିଛନ୍ତି । ସଟଡ଼ାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତିତ କୈାଣସି ବ୍ୟବସାୟ ପ୍ରତିଷ୍ଠାନ ଖୋଲା ଯାଇ ପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ କଡ଼ା ନିୟମ ଲାଗୁ କରିଛନ୍ତି । ଜିଲ୍ଲା ପ୍ରଶାସନର ଏହି କଡ଼ା ନିୟମକୁ ରବିବାର ଦିନ ଚୋରା ମଦବେପାରୀ ଉଲଙ୍ଘନ କରି ଗ୍ରାମରେ ମଦ ବିକ୍ରି କରୁଥିବା ବେଳେ ଗ୍ରାମର ମହିଳା ସଂଘ ଏହାର ପ୍ରତିବାଦ କରିବାରୁ ଚୋରା ମଦ ବେପାରୀ ମହିଳାମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା । ଏହାର ପ୍ରତିବାଦରେ ମହିଳା ସଂଘ ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ନ୍ୟାୟ ନିମନ୍ତେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏଭଳି ଘଟଣା ଦେଖବାକୁ ମିଳିଛି ଯାଜପୁର ବ୍ଲକ୍ ସାନସୁଆର ପଞ୍ଚାୟତର ଅରଡ଼ପଡ଼ା ଗ୍ରାମରେ । ଦୀର୍ଘ ଦିନ ହେବ ଅରଡ଼ପଡ଼ା ଗ୍ରାମରେ ଜୈନିକ ଚୋରା ମଦବ୍ୟବସାୟୀ ଗ୍ରାମରେ ଅବାଧ ଭାବେ ମଦ ବେପାର କରିଆସୁଛି । ଗ୍ରାମରେ ଚୋରାରେ ଅବାଧ ଭାବେ ମଦ ମିଳୁଥିବାରୁ ଶ୍ରମିକ ଶ୍ରେଣୀର ଲୋକମାନେ ମଦ୍ୟ ପାନ କରି ନିଜ ପରିବାରର ଭରଣ ପୋଷଣ କରିବାରେ ବାଧା ଉପୁଜାଉଛନ୍ତି । ଶ୍ରମିକ, ଗରୀବ ଓ ଖଟିଖିଆ ଶ୍ରେଣୀର ଲୋକମାନେ ଦୈନନ୍ଦିନ କାମରୁ ଫେରିବା ପରେ ଗ୍ରାମରେ ଚୋରା ଭାବେ ବିକ୍ରି ହେଉଥିବା ମଦ୍ୟପାନ କରୁଥିବାରୁ ପରିବାର ଭରଣ ପୋଷଣ କରିବାରେ ଅର୍ଥର ଅଭାବ ପଡ଼ୁଛି । ଯଦ୍ୱାରା ପରିବାରରେ ଅସନ୍ତୋଷ ଦେଖା ଦେଇଛି । ଏପରିକି ପିଲାମାନଙ୍କର ଶିକ୍ଷା ଓ ଭବିଷ୍ୟତ ଉପରେ ଏହି ଚୋରା ମଦ ବ୍ୟବସାୟର ପ୍ରଭାବ ପଡ଼ୁଛି । ଅରଡ଼ପଡ଼ା ଗ୍ରାମରେ ଅବାଧରେ ଚୋରା ମଦ ମିଳୁଥିବାରୁ ଆଖ ପାଖ ଗ୍ରାମର ଅସାମାଜିକ ଲୋକମାନେ ଗ୍ରାମକୁ ଆସି ମଦ୍ୟପାନ କରି ଆଶାଳୀନ ବ୍ୟବହାର ଓ ଅସାମାଜିକ କାର୍ଯ୍ୟ କରୁଥିବାରୁ ଗ୍ରାମ ରାସ୍ତାରେ ଗାଁର ଝିଅ ବୋହୁ ମାନେ ଯିବା ଆସିବା କରିବାରେ ଭୟ କରୁଛନ୍ତି । ଏପରିକି ଅବାଧରେ ମଦ ବେପାର ହେଉଥିବାରୁ କୋମଳମତୀ ଶିଶୁ ମାନଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି । ଅବାଧରେ ଚୋରା ମଦ ବିକ୍ରି କରିବାକୁ ମହିଳାମାନେ ବାରମ୍ବାର ଯାଜପୁର ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ କୈାଣସି ଠୋସ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଚୋରା ମଦ ବେପାରୀ ତାହାର ମଦ ବ୍ୟବସାୟ ଜାରି ରଖିଛି ବୋଲି ମହିଳାମାନେ ପ୍ରକାଶ କରିଛନ୍ତି । ରବିବାର ଦିନ ସଟଡ଼ାଉନ୍ ଥିବା ସମୟରେ ଚୋରା ମଦ ବ୍ୟବସାୟୀ କହରା ମାଝୀ ଚୋରା ମଦ ବେପାର କରୁଥିବା ବେଳେ ଅରଡ଼ପଡ଼ା ମହିଳା ସଂଘର ସଦସ୍ୟାମାନେ ଘଟଣା ସ୍ଥଳରେ ପହଞ୍ଚ ଏହାର ପ୍ରତିବାଦ କରିବାରୁ କହରା ମାଝୀ ଓ ତାର ଅସାମାଜିକ ସମର୍ଥକ ଗୁଣ୍ଡାମାନେ ମହିଳା ସଂଘର ପାଞ୍ଚାଳୀ ଯେନା (୬୦) ଓ ଗୈାରୀ ଯେନା (୪୫) ୨ ଜଣ ସଦସ୍ୟାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଅଶ୍ଳିତ ଭାଷା ପ୍ରୟୋଗ କରିଥିଲେ । ମାଡ଼, ଗାଳି ଓ ଅଶ୍ଳିଳ ଭାଷା ଶୁଣିବା ପରେ ମହିଳା ସଂଘର ସଦସ୍ୟା ଗୈାରୀ ଯେନା, ସୁରଥି ଯେନା, ଶୁଭଲକ୍ଷ୍ମୀ ଯେନା, ପ୍ରଭାତୀ ଯେନା, ଦ୍ରୋପଦୀ ଯେନା, ସାବିତ୍ରୀ ଯେନା, ଆରତୀ ଯେନା, ଝୁନୀ ଯେନା, ସବିତା ଯୋନା ସୀତାରାଣୀ ଯେନା, ପାଞ୍ଚାଳୀ ଯେନା, ପଲ୍ଲବୀ ଯେନା, କେଶୀ ଯେନା, ପ୍ରମିଳା ଯେନା, ରମାଲତା ଯେନା, ସୈଦାମିନୀ ଯେନା ସମେତ ୫୦ରୁ ଉର୍ଦ୍ଧ ମହିଳା ଅରଡ଼ପଡ଼ା ଗ୍ରାମରୁ ଚାଲି ଚାଲି ଯାଇଁ ଦୀର୍ଘ ୧୦ କିମି ପଥ ଅତିକ୍ରମ କରି ଯାଜପୁର ଟାଉନ ଥାନାରେ ପହଞ୍ଚ ନ୍ୟାୟ ପାଇଁ ପୁଲିସ ପାଖରେ ଗୁହାରୀ କରିବା ସହ ଚୋରା ମଦ ବେପାରୀଙ୍କୁ ଗିରଫ କରି ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।