ମହିଳା ଚାଷୀଙ୍କୁ ପନିପରିବା ଚାଷନେଇ ପ୍ରଶିକ୍ଷଣ


ଭବାନୀପାଟଣା- ଭବାନୀପାଟଣା ନିକଟସ୍ଥ ବେହେରାଗୁଡାଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମାଲଗାଁ ଗ୍ରାମପଞ୍ଚାୟତର ସିଂଝରଣ ଗ୍ରାମଠାରେ ମହିଳା ଚାଷୀମାନଙ୍କୁ ପନିପରିବା ଚାଷ କରିବା ନିମନ୍ତେ ଏକ ୧୦ ଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ୨୬ ଜଣ ମହିଳା ପ୍ରଶିକ୍ଷାର୍ଥୀ ଯୋଗଦେଇ ପନିପରିବା ଚାଷ, ମୃର୍ତ୍ତିକା ପରୀକ୍ଷଣ, ଫସଲ ଚୟନ, ଉତ୍ପାଦିତ ପନିପରିବାର ବଜାରୀକରଣ ସଂପର୍କରେ ପ୍ରଶିକ୍ଷଣ ନେଇଥିଲେ । ସୋନପୁର ଠାରୁ ଆସିଥିବା ବରିଷ୍ଠ ପ୍ରଶିକ୍ଷକ ଜ୍ଞାନ କିଶୋର ପାଣିଗ୍ରାହୀ ଯୋଗଦେଇ ଶିବିରରେ ଥିବା ମହିଳା ଚାଷୀ ମାନଙ୍କର ଜ୍ଞାନ ପରୀକ୍ଷା କରିବା ସହ ଚାଷ ସଂପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଏହି ଶିବିର ଉଦ୍ୟାପିତ ହୋଇଥିବା ବେଳେ ପରୀକ୍ଷାର୍ଥୀ ମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏହି ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥାର ନିଦେ୍ର୍ଧଶକ ଛବିଳ ଭୋଇ, ଓଡିଶା ଜୀବିକା ମିଶନର ବିପିଏମ୍ ପଙ୍କଜିନୀ ତରାଶିଆ ପ୍ରମୁଖ ଯୋଗଦେଇ କୃଷିରେ ମହିଳାମାନଙ୍କର ଯୋଗଦାନ ଏକ ଶୁଭ ସୂଚନା ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଏସ୍ବିଆଇ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥାର ସଂଯୋଜକ କମଲ କିଶୋର ଶତପଥି ପରିଚାଳନା କରିଥିଲେ ।

Leave A Reply

Your email address will not be published.

four + 11 =