ମାଉସୀ ମା’ ମନ୍ଦିରରୁ ଚୋରି

ପୁରୀ: ପୁରୀ ବଡ଼ଦାଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିରରୁ ହୁଣ୍ଡିଭାଙ୍ଗି ଦୁବୃତମାନେ ୩୦ ହଜାର ଟଙ୍କା ସହ ବହୁ ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି । ଦୁବୃତମାନେ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିର ଭିତରେ ଥିବା ଆଲମିରା ଭାଙ୍କି ମା’ଙ୍କର କିଛି ରୂପା ଅଳଙ୍କାର ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ କୁମ୍ଭାରପଡ଼ା ପୋଲିସ ପହଂଚି ତଦନ୍ତ ଚଳାଇଛି । ତେବେ ମା’ଙ୍କ ମୂଲ୍ୟବାନ ସୁନା, ରୂପା ଏବଂ ଅନ୍ୟାନ୍ୟ ଗହଣା ସୁରକ୍ଷିତ ଥିବା ଏସ୍ପି ସୂଚନା ଦେଇଛନ୍ତି । ଅପରାଧୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି ଏବଂ ଖୁବଶୀଘ୍ର ଅପରାଧୀର ଗିରଫ ହେବ ବୋଲି ଏସ୍ପି କହିଛନ୍ତି । ଅପରପକ୍ଷରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚୋରି ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଗତ ରାତିରେ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣା ଶୁଣି ମୁଁ ଆଶ୍ଚିର୍ଯ୍ୟ ହୋଇଗଲି । ଅପରାଧୀକୁ ଧରିବା ପାଇଁ ଜିଲ୍ଲା ଏବଂ ପୋଲିସ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଉଚିତ । ଏହା ସହିତ ଆଗାମୀ ଦିନରେ ଯେପରି ଏପରି ଅଘଟଣ ନ ଘଟେ ସେଥିପ୍ରତି ଧ୍ୟାନ ଦେଇ ଶ୍ରୀକ୍ଷେତ୍ରର ଉପାସନା ସ୍ଥଳଗୁଡିକର ସୁରକ୍ଷା ଓ ନିରାପତା ସୁନିଶ୍ଚିତ କରାଯିବ ଆବଶ୍ୟକ ।

Leave A Reply

Your email address will not be published.

17 + twenty =