ମାଓନେତା ଆଜାଦଙ୍କୁ କରୋନା

ଭୁବନେଶ୍ୱର : ଝାରପଡ଼ା ଜେଲରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମାଓନେତା ଆଜାଦ୍ ଓରଫ୍ ଦୁନା କେଶନ ରାଓ ମଧ୍ୟ ଆକ୍ରାନ୍ତ ହୋଇଛନ୍ତିି । କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜେଲ୍ ଆଇସୋଲେସନ୍ କେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲୁଛି । ଖବର ପାଇ ଆଜାଦଙ୍କୁ ଭେଟିବା ଲାଗି ମା’ କୋମଲୁମା, ଭାଇ ଏବଂ ଓକିଲ ଝାରପଡ଼ା ଜେଲରେ ପହଂଚିଥିଲେ । କିନ୍ତୁ କୋଭିଡ ଗାଇଡଲାଇନ୍ ଅନୁସାରେ ଭେଟ ହୋଇପାରିବ ନାହିଁ ବୋଲି ଜେଲ୍ କର୍ତୃପକ୍ଷ କହିଥିଲେ । ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ଆଜାଦ୍ରଙ୍କ କୋଭିଡ ପଜିଟିଭ ରିପୋର୍ଟ ମାଗିବା ସହ ଅଧିକ ଚିକିତ୍ସା ପାଇଁ ଦାବି କରିଥିଲେ । ଆଜାଦଙ୍କୁ ଓକିଲ ପି. କାମେଶ୍ୱର ରାଓ ଜେଲ୍ କର୍ତୃପକ୍ଷଙ୍କୁ ଭେର୍ଟ ଆଲୋଚନା କରିଥିଲେ । ଓକିଲ ଶ୍ରୀ ରାଓଙ୍କ କହିବା ଅନୁସାରେ, ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସରକାରଙ୍କ ଆହ୍ୱାନକ୍ରମେ ୨୦୧୧ ମେ ୧୮ରେ ଆଜାଦ ଆନ୍ଧ୍ରପ୍ରଦେଶ ପୋଲିସ, ପାଖରେ ଆତ୍ମସମର୍ପଣ କରିଥିଲେ । ଏହା ପରେ ତାଙ୍କୁ ଓଡ଼ିଶା ପୋଲିିସକୁ ହସ୍ତାନ୍ତର କରାଯାଇଥିଲା । ଜେଲରେ ଥିବା ସମୟରେ ଗୋଟିଏ ପରେ ଗୋଟିଏ ମାମଲା ଆଜଦ୍ ବିରୋଧରେ ଲାଗିଥିଲା । ଅନେକ ମାମଲାରେ ଶୁଣାଣି ବିଳମ୍ବ ହେଉଥିବାରୁ ସମାଜର ମୁଖ୍ୟସ୍ରୋତରରେ ସାମିଲ ହେବା ଲକ୍ଷ୍ୟ ଦୂରେଇ ଯାଉଛି । ସୂଚନାଯୋଗ୍ୟ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ନୟାଗଡ଼ ଅସ୍ତ୍ରାଗାର ଲୁଟ୍ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲେ । ସୁଚନାଯୋଗ୍ୟ, ଝାରପଡ଼ା ଜେଲରେ ୧୯ଜଣ କଏଦା କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେସନ୍ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.

4 + 18 =