ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାନ୍ତ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଜଣକୁ ପୋଲିସ ଇନଫର୍ମର କହି ହାତକୁ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ମୃତକ ଆନ୍ଧ୍ର ପ୍ରଦେଶ ବିଶାଖାପାଟନାମ ଜିଲ୍ଲାର ପେଦାବାଇଲୁ ବ୍ଲକର ବିନିଲକୋଟା ପଞ୍ଚାୟତ ଅନ୍ତର୍ଗତ ଚିନ୍ତାଗୁରୁ ଗ୍ରାମର ସତୀଶ ବାବୁ । ତାଙ୍କୁ କରୁକୋଣ୍ଡାଦଲମ ମାଓବାଦୀମାନେ ହତ୍ୟା କରିଛନ୍ତି । ସତୀଶ ବାବୁଙ୍କୁ ଗତକାଲି ରାତି ପ୍ରାୟ ଦୁଇଟା ବେଳେ କୋଡିଏରୁ ଉଦ୍ଧ୍ୱର୍ ମାଓବାଦୀ ଆସି ଘରୁ ଡାକି ନେଇ ଚିନ୍ତାଗୁରୁ ଗାଁ ମୁଣ୍ଡରେ ହତ୍ୟା କରିଥିଲେ ଏବଂ ଘଟଣା ସ୍ଥଳରେ ଏକ ଚିଠି ଛାଡିଥିଲେ । ମାଓବାଦୀମାନେ ଚିଠିରେ ସତୀଶ ବାବୁଙ୍କୁ ପୋଲିସ ଇନଫର୍ମର ଓ ଗଞ୍ଜେଇ ବ୍ୟବସାୟ କରିବା ଏବଂ ଆଦିବାସୀଙ୍କୁ ହଇରାଣ କରୁଥିବାରୁ ହତ୍ୟା କରିଥିବାର ଦର୍ଶାଇଛନ୍ତି ।