ମାଓ ରଣନୀତି ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ମାଓ ରଣନୀତି ନେଇ ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ.ବିଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଯାଇଛି । ଏଥିରେ ରାଜ୍ୟ ପୋଲିସ ଡିଜି ଅଭୟଙ୍କ ସମେତ ସିଆରପିଏଫ ଡିଜି ଓ ବିଏସଏଫ ଏଡିଜି, ଗୁଇନ୍ଦା ନିର୍ଦେଶକ ଓ ରାଜ୍ୟ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ଏଠରେ ମୁଖ୍ୟତଃ ମାଓଦମନ ରଣନୀତିନେଇ ଆଲୋଚନା ହୋଇଥିଲା । ସମନ୍ୱୟ, ରଣକୌଶଳ ଓ ପରାମର୍ଶ ନୀତି ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା । କଲାହାଣ୍ଡି କନ୍ଧମାଳ, ନବରଙ୍ଗପୁରରେ ସିଏପିଏଫ ମୁତୟନ ହେବୋଲି ନିଷ୍ପତି ହୋଇଥିଲା । ଆନ୍ଧ୍ର ଏବଂ ଓଡ଼ିଶା ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷାକରି ରଣନୀତି ସ୍ଥିର କରିବାକୁ କୁହାଯାଇଥିଲା । ଏହି ଅବସରରେ ବିଜୟ କୁମାର କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ

Leave A Reply

Your email address will not be published.

20 − nine =