ମାଛ ଜାଲରୁ ମିଳିଲା ଟଙ୍କା ବ୍ୟାଗ୍

ନନ୍ଦନକାନନ: ମାଛ ଧରିବାକୁ ଯାଇ କେନାଳରେ ଜାଲ ପକାଇଲେ । ହେଲେ ମାଛ ବଦଳରେ ପାଇଲେ ଟଙ୍କା ବ୍ୟାଗ୍ । ଏଭଳି ଘଟଣା ନନ୍ଦନକାନନ ଥାନା ଅଧୀନସ୍ଥ ମରିଚିଆ ଗାଁମୁଣ୍ଡ ସାଇଫନ କେନାଲରେ ଦେଖିବାକୁ ମିଳିଛି । ଏହି ଥାନା ଅଧୀନସ୍ଥ ମରିଚିଆ ସାଇଫନ୍ ଛକରୁ ମାଛ ଧରିବା ପାଇଁ ଆସିଥିଲେ । ସେ ମାଛ ମାରୁଥି ବେଳେ ତାଙ୍କ ଜାଳରେ ମାଛ ବଦଳରେ ଏକ ବିରାଟ ବ୍ୟାଗ୍ ଲାଗିଥିଲା । ତେବେ ସେ ଜାଲିଟିକୁ କୂଳକୁ ଆଣି ଦେଖନ୍ତି ସେ ବ୍ୟାଗ୍ରେ ବିଡ଼ା ଅଚଳ ୫୦୦ଟଙ୍କା ଓ ୧୦୦୦ ଟଙ୍କା ନୋଟ୍ । ସଙ୍ଗେ ସଙ୍ଗେ ପାଖରେ ଥିବା ଅନ୍ୟ ମାଛ ଧରାଳି ଏହି ଟଙ୍କା ବିଡ଼ାକୁ ଦେଖି ଚାରିଆଡେ଼ ପ୍ରଚାର କରିଥିଲେ । ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଥିଲା । ଏହି ଟଙ୍କା ଦେଖିବା ପାଇଁ । ତେବେ ଏତେ ପରିମାଣର ଟଙ୍କା ଏତେ ବର୍ଷ ଧରି କିଏ ଲୁଚାଇ ରଖିଥିଲା । ତାହା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ସମସ୍ତ ଉଦ୍ଧାର ଟଙ୍କା ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । କେନ୍ଦ୍ର ସରକାର ପୂର୍ବ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ କରିବା ପରେ ଅନେକ ସ୍ଥାନରେ ଏହି କଳା ଟଙ୍କାକୁ କିଏ ପୋଡ଼ିବା, ଫୋପାଡିଦେବା ନଜରକୁ ଆସିଥିଲା ଓ କେନାଲରୁ ଉଦ୍ଧାର ହେବ ଘଟଣାକୁ ନେଇ ଆଲୋଚନା ଚାଲିଛି ।

Leave A Reply

Your email address will not be published.

5 × two =