କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଚମ୍ପୁଆ ଥାନାର ଶଙ୍କରପୁର ଧଳାଡିହି ସାହିରେ ଆଜି ଏକ ଅଭାବନିୟ ଘଟଣା ଘଟିଛି । ରାତିରେ ଶୋଇଥିବା ବେଳେ ୭ବର୍ଷର ଝିଅ ଓ ମାଆର ଗଳାକାଟି ଦୁର୍ବୃତ ମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ତେବେ ଦୁର୍ବୃତଙ୍କ ଆକ୍ରମଣରେ ୫ବର୍ଷର ପୁଅ ବର୍ତିଯାଇଥିବା ଜଣାଯାଇଛି । ମୃତ ମହିଳା ହେଉଛନ୍ତି ଧଳାଡିହି ସାହିର ସରସ୍ୱତୀ ମୁଣ୍ଡା । ହତ୍ୟାକାଣ୍ଡ ଖବର ପାଇ ଚମ୍ପୁଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।