ମାଣ୍ଡିଆ ମଣ୍ଡି ଉଦଘାଟନ କଲେ ବିଧାୟକ

ଚମ୍ପୁଆ : ଆର୍ଥିକ ବର୍ଷ୨୦୨୪/୨୫ ଖରିଫ ଋତୁ ନିମନ୍ତେ ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଳିକାପ୍ରଶାଦ ପଂଚାୟତର ହୁଂଜପଶି ଠାରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ଚମ୍ପୁଆ କୃଷକ ଉତ୍ପାଦକ ସଂଗଠନ ପକ୍ଷରୁ ଆୟୋଜିତ ଏହି ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଢା, ମୂଖ୍ୟ ଜିଲା କୃଷି ଅଧିକାରୀ ପର୍ଶୂରାମ ବେହେରା,ଏଡିଓ ସତ୍ୟବାନ ସୋରେନ, ପ୍ରୋଗ୍ରାମ ମ୍ୟାନେଜର ଅଭିଶେକ ପଣ୍ଡା,ପ୍ରୋଗ୍ରାମ ଅପିସର ସୁମନସ୍ମିତା ତରାଇ,ମୂଖ୍ୟ ନିର୍ବାହୀ ଅଧିକାରୀ ପ୍ରଦିପ ମେହେର,ବ୍ଲକ କୋଡିନେଟର ଦେବିଲାଲ ଭୁୟାଁ, ଏଏଓ ହରିଓମ୍ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଖଣିଜ ପାଂଠି ଓ ଶ୍ରୀଷ୍ଠି ସହାୟତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ପ୍ରୟ ୩୦୦ରୁ ଉର୍ଦ୍ଧ ଚାଷି ଯୋଗ ଦେଇଥିବା ବେଳେ ୨୩ଜଣ ଚାଷିଙ୍କ ଠାରୁ ୧୦୫ କ୍ୱିଇଂଟାଲ ମାଣ୍ଡିଆ କିଣା୍ାଯାଇଥିଲା । କ୍ୱଇଂଟାଲ ପ୍ରତି ୪୫ସହ ଟଙ୍କାଦରରେ ଏହା ଚାଷିଙ୍କ ଠାରୁ କିଣାଯାଉଥିବା ଜଣାଯାଇଛି । ବିଷେଷ ଭାବରେ ଏହି ହୁଂଜପଶି ମଣ୍ଡିରେ କାଳିକାପ୍ରସାଦ,ରଜିଆ ଓ କୋଦଗାଡିଆ ପଂଚାୟତର ଚାଷି ନିଜ ଉତ୍ପାଦନକୁ ବିକ୍ରି କରିପାରିବେ ।

Leave A Reply

Your email address will not be published.

4 × two =