ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ କୁସୁମୀ କବୀର କୁଟୀରଠାରେ ମାନିକପୁରୀ ପନକା ସମାଜର ଜିଲ୍ଲା ସ୍ତରୀୟ ସାମାଜିକ ବୈଠକ ଅନୁଷ୍ଠିତ ହୋଇଅଛି। ୪୦ ଜଣ ମହିଳାଙ୍କୁ ନେଇ ଗଠିତ ବ୍ଲକ କମିଟିରେ ସଭାନେତ୍ରୀ ଭାବେ ଲାବନ୍ୟବତୀ ପନକାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରଯାଇଥିଲା। ସେହିପରି ସଂପାଦକ ଭବେ ସରିତା ନାୟକ, ଉପ ସଭାନେତ୍ରୀ ବୃନ୍ଦି ପନକା, ସହ ସଂପାଦିକା ରାମବାଇ ପନକାଙ୍କୁ ମନୋନୀତ କରଯାଇଥିଲା । ସେହିପରି ବ୍ଲକ୍ ସଂଗଠନ କମିଟିରେ ସଭାପତି ଭାବେ ଲକ୍ଷ୍ମୀଧର ପନକା, ଉପସଭାପତି ପଦ୍ମନାଭ ପନକା, ସଂପାଦକ ମନୋହର ପନକା, ସହ ସମ୍ପାଦକ କୃଷ୍ଣଦାସ ପନକା, କୋଷାଧ୍ୟକ୍ଷ ତୁଳସୀଦାସ ପନକା, ସାଂଗଠାନିକ ସଂପାଦକ ଭବେ ପିଲାବାବୁ ପନକା, ବଂଶୀଧର ପନକା, ନଅଲୁ ପନକା, ସାମାଜିକ ଗଣମାଧ୍ୟମ ସଂଯୋଜକ ପିତମ୍ ପନକା, ଜିଲ୍ଲା ସଂଯୋଜକ ଭବେ ପିତାମ୍ବର ପନକାଙ୍କୁ ମନୋନୀତ କରଯାଇଥିଲା। ସମୀକ୍ଷକ ଭାବେ ଲଛମନ ପନକା, ନିଳାମ୍ବର ପନକା, ଉପଦେଷ୍ଟା ଭାବେ ମାନସାୟ ପନକା, ଶଙ୍କର ଦାସ ପନକା, ନାରାୟଣ ପନକା, ମହନ୍ତ ରାମଚନ୍ଦ୍ର ନାୟକ, ମହନ୍ତ ବେଣୁଦାସ ପନକା, ମହନ୍ତ ଖଗଦାସ ପନକା ମନୋନୀତ ହୋଇଥିଲେ। ବୈଠକରେ ଝରିଗାଁ ବ୍ଲକ୍ ସମେତ ଉମରକୋଟ, ରାଇଘର, ଡାବୁଗାଁ, କୋଷାଗୁମୁଡ଼ା ଏବଂ ପାପଡ଼ାହାଣ୍ଡି ବ୍ଲକର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।