ମାନୁ ନାହାଁନ୍ତି ଲୋକେ : ଶିଥିଳ ପଡିଗଲାଣି ପ୍ରଶାସନ

ବିଞ୍ଝାରପୁର: କରୋନାର ଭୟବହତା ଦିନକୁ ଦିନ ଦୃତ ଗତିରେ ମାଡି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପୂର୍ବରୁ ବିଞ୍ଝାରପୁରରେ ୧୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବିଞ୍ଝାରପୁର ଥାନାରେ କାର୍ଯ୍ୟରତ ଜଣେ ୫୪ ବର୍ଷିୟ ଗୃହରକ୍ଷୀ କରୋନା ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଗତ କିଛିଦିନ ପୂର୍ବରୁ ଜଣେ ହତ୍ୟା ଅଭିଯୁକ୍ତଙ୍କ ଠାରେ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ବିଞ୍ଝାରପୁର ଥାନାର ଆଇଆଇସିଙ୍କ ସମେତ ମୋଟ ୨୨ ଜଣଙ୍କ ସ୍ୱାବ ସଂଗ୍ରହ କରାଯିବା ସହିତ ସମସ୍ତେ ହୋମ କ୍ୱାରେଂଟାଇନରେ ରହିଥିଲେ । ତେବେ ଆସିଥିବା ରିପୋର୍ଟ ଅନୁଯାଇ ବିଞ୍ଝାରପୁର ବିନ୍ଧାଣୀ ସାହିର ଜଣେ ଗୃହରକ୍ଷୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ମାନଙ୍କର ନେଗେଟିବ ରିପୋର୍ଟ ଆସିଥିବା ବିଶୈଷ ସୂତ୍ରରୁ ଜଣାପଡିଛି । ଏହି ୫୪ ବର୍ଷିୟ ଗୃହରକ୍ଷୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଆଜି ଠାରୁ ବିଞ୍ଝାରପୁର ପଂଚାୟତର ବିନ୍ଧାଣୀ ସାହିକୁ ୧୪ ଦିନ ପାଇଁ କଂଟେନମେଂଟ ଭାବେ ଘୋଷଣା କରାଯାଇଥିବା ବିଞ୍ଝାରପୁର ତହସିଲଦାର ଅସ୍ମିତା ଦାଶ ସୂଚନା ଦେଇଛନ୍ତି । ପୂର୍ବରୁ ବିଞ୍ଝାରପୁରର ୨୧ଟି ଅଂଚଳକୁ କଂଟେନନମେଂଟ ଭାବେ ଘୋଷଣା କରାଯାଇଥିବା ବେଳେ ଆଜି ବିଞ୍ଝାରପୁର ବିନ୍ଧାଣୀସାହିକୁ ଲାଗାଇ ମୋଟ ୨୨ ଟି ଅଂଚଳକୁ କଂଟେନମେଂଟ ଘୋଷଣା କରାଯାଇଛି । ତେବେ କଂଟେନମେଂଟ ଅଂଚଳରେ ଲୋକେ ସଠିକ ଭାବେ ନିୟମ ପାଳନ କରୁନଥିବା ଅଭିଯୋଗ ହେଉଛି । ବିତନା ବାଲିସାହି ଅଂଚଳକୁ କଂଟେନମେଂଟ ଭାବେ ଘୋଷଣା କରାଯାଇଥିବା ବେଳେ ଉକ୍ତ ଅଂଚଳରୁ କେତେକ ଲୋକେ ସ୍ଥାନୀୟ ବିଭିନ୍ନ ଛକ ବଜାରରେ ବୁଲାବୁଲି କରିବା ଓ ଜଳଖିଆ ଖାଇବାକୁ ବିରୋଧ କରି ଗତକାଲି ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ସେହିପରି ବିଭିନ୍ନ କଂଟେନମେଂଟ ଜୋନରୁ ଆସି ଲୋକେ ବାହାରେ ବୁଲୁଥିବାର ନଜର ମଧ୍ୟ ରହିଛି । ବ୍ଲକର ଆଉଁରୀ ପଂଚାୟତରେ ୬ରୁ ଉର୍ଦ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଯୁବ ସରପଂଚ ସମରେନ୍ଦ୍ର ସାହୁ ପଂଚାୟତର କରପଦା ଜେନାସାହି, ଆଉଁରୀ ସାହୁ ସାହି, କୁଆଁରପୁରର ସେଠୀସାହୁ ଓ ଗବଢିହ ଗାଁକୁ କଂଟେନମେଂଟ ଷୋଷଣା କରିଛନ୍ତି । ଲୋକାଙ୍କୁ ସଚେତନ ରହିବାକୁ ପରାମର୍ଶ ଦେବା ସହିତ ପଂଚାୟତର ବିଭିନ୍ନ ପ୍ରମୁଖ ସ୍ଥାନରେ ନିଜେ ମଧ୍ୟ ସରପଂଚ ଶ୍ରୀ ସାହୁ ପ୍ରହରା ଦେବା ସହିତ ଲୋକଙ୍କୁ ସଚେତନ କରୁଛନ୍ତି । ବ୍ଲକ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସମୟରେ ଲୋକେ ନିୟମ ପାଳନ କରୁନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ଆସଙ୍କା ସୃଷ୍ଟି ହେଉଛି । ଏହି ସମୟରେ ପ୍ରଶାସନ ଅଧିକ ସଜାଗ ରହିବା ପରିବେଶ ସିଥିଳ ପଡୁଥିବା ବୁଦ୍ଧିଜୀବୀ ମାନେ ଅଭିଯୋଗ କରୁଛନ୍ତି । ଏନଫୋର୍ସମେଂଟ ସଠିକ ଭାବେ କରାଯାଉନଥିଭାରୁ ଅମାନିଆ ମାନେ ଦିନକୁ ଦିନ ଅଂଚଳପାଇଁ ଘତକ ପରିସ୍ଥିତି ସୃଷ୍ଟି କରୁଥିବା କୁହାଯାଉଛି ।

Leave A Reply

Your email address will not be published.

12 + sixteen =