ମାଲକାନଗିରିରେ ପ୍ରଥମ ଡୋଜ୍ ନେଲେଣି ୬୯ ହଜାର

ମାଲକାନଗିରି : କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ ସଂଖ୍‌ଯା ମଧ୍‌ଯ ତତୋଧିକ ବୃଦ୍ଧି ପାଇଛି । ବର୍ତ୍ତମାନ ସର୍ବତ୍ର ମରଣର କୋକୟା ଭୟ ସୃଷ୍ଟି ହୋଇଛି । ଦିନ ରାତି ମଶାଣୀରେ ଜୁଇ ଜଳୁଛି । ମଣିଷ ବଞ୍ଚବା ପାଇଁ ତ୍ରାହି ତ୍ରାହି ଡାକୁଛି । କିଏ ଦିଅଁ ଦେବତାଙ୍କୁ ଜୀଇଁବା ପାଇଁ ଆକୁଳ ପ୍ରାର୍ଥନା କରୁଛି । । ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁରେ ଆଖିରୁ ଲୁହ ଶୁଖୁନି । ମାନବ ସଭ୍‌ଯତାକୁ କରୋନା ମହାମାରିରୁ ବଞ୍ଚାଇବା ପାଇଁ ଅହରହ ପ୍ରଚେଷ୍ଟା ଜାରି ରହିଛି । ଅତଏବ ବୈଜ୍ଞାନିକମାନଙ୍କ ଆପ୍ରାଣ ଉଦ୍‌ଯମ ପରେ ଉଦ୍ଭାବନା ହୋଇଛି ବିଭିନ୍ନ ପ୍ରକାର କରୋନା ଟିକା । କରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ବର୍ତ୍ତମାନ କୋଭିସିଲ୍ଡ ଟିକା ଓଡିଶାର ବିଭିନ୍ନ ଜିଲ୍ଲାରେ ବ୍‌ଯକ୍ତି ବିଶେଷଙ୍କୁ ପ୍ରଦାନ କରାଯାଉଥିବା ବେଳେ ଆଦିବାସୀ ଅଧ୍‌ଯୁସିତ ଜିଲ୍ଲାରେ ମଧ୍‌ଯ କରୋନା ଟିକା ପ୍ରଦାନ ପ୍ରକ୍ରିୟା ଅବ୍‌ଯାହତ ଜାରି ରହିଛି । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାରେ ପ୍ରଥମ ଟିକା କରଣ (ଡୋଜ୍‌) ୬୯ ହଜାର ୨୬୬ ଜଣଙ୍କୁ ପ୍ରଦାନ କରାଯାଇଛି । ସେହି ପରି ଦ୍ୱିତୀୟ ଟିକାକରଣ ୨୪ ହଜାର ୪୬୯ ଜଣ ବ୍‌ଯକ୍ତିଙ୍କୁ ପ୍ରଦାନ କରାଯାଇଥିଲା ଜଣାପଡିଛି । ପ୍ରଥମେ ମାଲକାନଗିରି ଜିଲ୍ଲାରେ କାର୍ଯ୍‌ଯରତ ସମସ୍ତ ସ୍ୱାସ୍ଥ୍‌ଯ ବିଭାଗର ୪ ହଜାର ୭୩୮ ଜଣ କର୍ମଚାରୀମାନଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ଟିକା କରଣ ୪ନହଜାର ୧୨୯ ଜଣଙ୍କୁ କରାଯାଇଥିଲା । ସେହିପରି ଫ୍ରଣ୍ଟ ଲାଇନ ୱାର୍କରମାନଙ୍କୁ ପ୍ରଥମ ଟିକା କରଣ ୮ ହଜାର ୧୨୦ ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ୫ ହଜାର ୩୭୫ ଜଣ ଫ୍ରଣ୍ଟ ଲାଇନ ୱାର୍କରମାନଙ୍କୁ ପ୍ରଦାନ କରାଯୀଇଥିଲା । ଅନ୍‌ଯପକ୍ଷରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ନାଗରିକମାନଙ୍କୁ ପ୍ରଥମ ଟିକା କରଣ ୫୬ ହଜାର ୪୦୮ ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ୧୪ ହଜାର ୯୬୫ ଜଣ ବରିଷ୍ଠ ନାଗିରିକମାନଙ୍କୁ ଦ୍ୱିତୀୟ ଥର ଟିକା କରଣ କରାଯାଇଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଜିଲ୍ଲାରେ ୧୮ ବର୍ଷରୁ ୪୫ ବର୍ଷ ମଧ୍‌ଯରେ ବ୍‌ଯକ୍ତି ବିଶେଷଙ୍କୁ ଟିକା କରଣ କରିବାର ଯୋଜନା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ବୟସର କୌଣସି ବ୍‌ଯକ୍ତିଙ୍କୁ ଟିକା କରଣ କରାଯାଇ ନାହିଁ । ମାଲକାନଗିରି ଜିଲ୍ଲାରେ କେତେ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯିବ,ସ୍ୱାସ୍ଥ୍‌ଯ ବିଭାଗ ଦ୍ୱାରା ଆକଳନ କରାଯାଇ ନଥିବା ଜଣା ପଡିଛି । ବର୍ତ୍ତମାନ ପ୍ରାୟ ୩ ହଜାର ଟିକା ମହଜୁଦ ଥିବା ଜଣା ପଡିଛି । ରାଜ୍‌ଯ ସରକାରଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲାକୁ କୋଭିସିଲ୍ଡ ଟିକା କ୍ରମାଗତଃ ଭାବେ ବଣ୍ଟନ ପ୍ରକ୍ରିୟାରେ ଗ୍ରହଣ କରାଯାଉଥିବା କୁହାଯାଇଛି ।

Leave A Reply

Your email address will not be published.

one × one =