ମାଲକାନଗିରି ପୁଅ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଶତବିର ସିଂ ରିଆର (ପପ୍ପୁ ସିଂହ) ଭାରତୀୟ ସିନିୟର୍ କ୍ରିକେଟ ଦଳର ମ୍ୟାନେଜର ଭାବେ ମନୋନୀତ ହୋଇଛନ୍ତି। ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ସିରିଜ୍ ରେ ଶତବିର ସିଂ ରିୟାର ଙ୍କୁ ଭାରତୀୟ ଦଳର ମ୍ୟାନେଜର ଭାବେ ଦାୟିତ୍ୱ ମିଳିଛି। ତେବେ ମାଲକାନଗିରି ଭଳି ଉପାନ୍ତ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଏହା ଗର୍ବ ଆଣିଦେଇଛି। ତେବେ ଶ୍ରୀ ରିୟାରଙ୍କର ଭିଜା ହୋଇ ପାରି ନଥିବାରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ପୂର୍ବ ମ୍ୟାଚ ଗୁଡି଼କରେ ସେ ଭାଗ ନେଇ ପାରି ନଥିଲେ । କିନ୍ତୁ ଆଜି ସେ ଦକ୍ଷିଣ ଆଫ୍ରିକା ନିମନ୍ତେ ଗସ୍ତ ଆରମ୍ଭ କରିଛନ୍ତି ଏବଂ ଗୋଟିଏ ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚରେ ସେ ମ୍ୟାନେଜର ଭାବରେ ନିଜର ଦାୟିତ୍ୱ ତୁଲାଇବେ ବୋଲି ପ୍ରକାଶ କରିଛନ୍ତି। ସେ ଜିଲ୍ଲାର ଜଣେ ବରିଷ୍ଟ କ୍ରିକେଟ ଖେଳାଳି ତଥା କ୍ରୀଡା଼ବିତ୍ ଭାବେ ବେଶ ପରିଚିତ। ଏବଂ ବର୍ତ୍ତମାନ ସେ ଭାରତୀୟ ସିନିୟର୍  କ୍ରିକେଟ ଦଳର ମ୍ୟାନେଜର ଭାବେ ଚୟନ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି । ଜିଲ୍ଲାରେ କ୍ରିକେଟ୍ ପ୍ରେମୀ ଓ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି। ବର୍ତ୍ତମାନ ଭାରତୀୟ ଟିମ୍ ସାଉଥ ଆଫ୍ରିକା ଗସ୍ତରେ ରହିଛି। ଫଳରେ ଶ୍ରୀ ରିୟାର ଆଜି କଟକରୁ ମୁମ୍ବାଇ ଯିବେ ଏବଂ ସେଠାରୁ ଦକ୍ଷିଣଆଫ୍ରିକା ଗସ୍ତ କରିବେ। ସେ ଆଗରୁ ମଧ୍ୟ ଓଡ଼ିଶା ରଞ୍ଜୀ ଦଳର ମ୍ୟାନେଜର, ଏବଂ ଅଣ୍ଡର ୧୯ ଦଳର ମ୍ୟାନେଜର ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।

Leave A Reply

Your email address will not be published.

four + fifteen =