ମାଲକାନାଗିରିରେ ବର୍ଷା ବିଭୀଷିକା


ମାଲକାନାଗିରି- ଗତ ୫ ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ମାଲକାନାଗିରି ଜିଲ୍ଲା ଜଳମଗ୍ନ ହୋଇଛି । ୩୨୬ ନମ୍ବର ଜାତୀୟ ରାଜପର କାଙ୍କକୋଣ୍ଡା ପୋଲ ଉପରେ ୮ରୁ ୧୦ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଯାହାଫଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ହେକ୍ଟର ହେକ୍ଟର ଚାଷ ଜମିରେ ପାଣିମାଡି ଯାଇଛି । ଅନେକ ମାଟି ଘର ମଧ୍ୟ ଭାଙ୍ଗି ପଡିଛି । ପୋଟରୁ, ଏମଭି -୩୭ ଓ ପାଙ୍ଗାମା ପୋଲ ଉପରୁ ପାଣି କମିଛି । ତେଣୁ ଆଜି ମାଲକାନାଗିରି ବାଲିମେଳା ଓ ଜୟପୁରକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି । ତେବେ ୧୯ ତାରିଖରେ ଆଉ ଏକ ଲଘୁଚାପ ଥିବାରୁ ଜିଲ୍ଲାବାସୀ ଭୟଭୀତ ହୋଇ ପଡିଛନ୍ତି ।

Leave A Reply

Your email address will not be published.

two + 4 =