ମାଲାବାରରେ ଜେମ୍‌ଷ୍ଟୋନ୍ ଜୁଏଲେରି ଫେଷ୍ଟିଭାଲ

ଭୁବନେଶ୍ୱର : ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଜେମ୍‌ଷ୍ଟାନ୍ ଜୁଏଲେରି ଫେଷ୍ଟିଭାଲ’ର ଶୁଭାରମ୍ଭ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଶହୀଦନଗରସ୍ଥିତ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଲକ୍ସକ୍ଲୁସିଭ୍ ଶୋ’ରୁମ୍‌ରେ ‘ଜମ୍‌ଷ୍ଟାନ୍ ଜୁଏଲେରି ଫେଷ୍ଟିଭାଲ’ର ଆନୁଷ୍ଠାନିକ ଶୁଭାରମ୍ଭ ଶୁକ୍ରବାର ହୋଇଯାଇଛି। ଏହି ଅବସରରେ ଓଲିଉଡ୍ ଅଭିନେତ୍ରୀ ମିଶା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୋ’ରୁମ୍‌ର ବରିଷ୍ଠ ଅଧିକାରୀଙ୍କ ସମେତ କର୍ମଚାରୀ ଏବଂ ପ୍ରମୁଖ ଗ୍ରାହକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ଜେମ୍‌ଷ୍ଟାନ୍ ଜୁଏଲେରି ଫେଷ୍ଟିଭାଲ୍‌’ ୨୦୨୫ ଫେବୃଆରୀ ୧୬ ପର୍ଯ୍ୟନ୍ତ ଜାରି ରହିବ। ଏହି ପରିପ୍ରେକ୍ଷୀରେ ମାଲବାର ପକ୍ଷରୁ ଆକର୍ଷଣୀୟ ରିହାତି ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଗ୍ରାହକମାନେ ବ୍ରାଣ୍ଡର ପ୍ରମୁଖ ଗହଣାଗୁଡ଼ିକ ଉଭୟ କ୍ରୟ ଓ ବୁକିଂ ମଧ୍ୟ କରିପାରିବେ। ଏହି ଶୋ’ ଜରିଆରେ ଗ୍ରାହକ ଫ୍ଲାଟ୍ ୨୫ ପ୍ରତିଶତ ଆକର୍ଷଣୀୟ ରିହାତି ମେକିଂ ଚାର୍ଜ ଜେମ୍‌ଷ୍ଟାନ୍ ଓ ଅନ୍‌କଟ୍ ଜୁଏଲେରି ଉପରେ ପାଇପାରିବେ। ଏପରିକି ୨୫ ପ୍ରତିଶତ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରିହାତି ପୋଲକି ଏବଂ ଅନ୍ୟାନ୍ୟ ବ୍ରାଣ୍ଡ ଜୁଏଲେରି ଉପରେ ପାଇପାରିବେ ବୋଲି କୁହାଯାଇଛି।

Leave A Reply

Your email address will not be published.

16 − 13 =