ମାଲ୍ୟବନ୍ତ ମହୋତ୍ସବକୁ ନେଇ ମିନିମାରାଥନ ପ୍ରତିଯୋଗିତା

ମାଲକାନଗିରି : ମାଲକାନଗିରି ସଦର ମହୋକୁମାଠାରେ ମିନିମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ପ୍ରତିଯୋଗିତା ଏମଭି ୧୧ ନମ୍ବର ନିକଟସ୍ଥ ଦାନିଗୁଡ଼ା ଛକରୁ ଆରମ୍ଭ କରାଯାଇଥିଲା ଏବଂ ମାଲକାନଗିରି ସଦରମହୋକୁମା ହାଟପଦା ନିକଟରେ ଶେଷହୋଇଥିଲା ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ବେଦବର ପ୍ରଧାନ ସହିତ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତ୍ରିନାଥ ମାଝୀ ଏବଂ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ ସବୁଜ ପତାକା ଦେଖାଇ ଏହି ମିନି ମାରାଥନ ଦୌଡ଼ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଦିର୍ଘ ୭ କିମି ଦୈାଡ଼ ପ୍ରତିଯୋଗିତାରେ ୩ଶହରୁ ଉର୍ଦ୍ଧ୍ବ ପ୍ରତିଯୋଗି ଭାଗ ନେଇଥିଲେ। ବିଏସଏଫ, ପୋଲିସ, ଆଓମା ଏବଂ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ସ୍ପୋର୍ଟସ ପିଲାଏ ସହିତ କୁନି କୁନି ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପ୍ରତିଭାକୁ ନେଇ ସେମାନଙ୍କ ଭିତରେ ବେଶ ଖୁସି ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ପ୍ରଶାସନିକର ବହୁ ପଦାଧିକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଯୋଗିମାନଙ୍କର ଉତ୍ସାହ ବଢ଼ାଇଥିଲେ। ତେବେ ମିନି ମାରାଥନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବିଭିନ୍ନ କ୍ୟାଟେଗାରିରେ ସମସ୍ତଙ୍କୁ ପୁରସ୍କୃତ କରାଯିବ।

Leave A Reply

Your email address will not be published.

sixteen + seven =