ମାସ୍କ ପାଇଁ ୧ କୋଟି ୨୫ ଲକ୍ଷ ଜରିମାନା ଆଦାୟ

ଭୁବନେଶ୍ୱର,୧୨ ।୦୬(ନି.ପ୍ର.): କରୋନା ଭୂତାଣୁ ନିୟନ୍ତ୍ରଣ ଲାଗି ରାଜ୍ୟରେ ମାସ୍କ ପରିଧାନ ବାଧ୍ୟତା ମୂଳକ ଥିବାବେଳେ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ପୋଲିସ ୧ କୋଟି ୨୫ ଲକ୍ଷ ୮୪ ହଜାର ଟଙ୍କା ଜରିମାନା ଆଦାୟ କରିଛି ବୋଲି ପୋଲିସ ମହାନିର୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିବା ଅବସରରେ ଶ୍ରୀ ଅଭୟ କହିଛନ୍ତି ଯେ, ସାମାଜିକ ଦୂରତା ରକ୍ଷା କରିନଥିବାରୁ ଉଲ୍ଲଙ୍ଘନକାରୀଙ୍କଠାରୁ ୧୧ ଲକ୍ଷ ୭୫ ହଜାର ୩୫୦ ଟଙ୍କା ଏବଂ ରାତ୍ରିକାଳୀନ କର୍ଫ୍ୟୁ କଟକଣା ଉଲ୍ଲଙ୍ଘନ ପାଇଁ ଅମାନିଆଙ୍କଠାରୁ ୧ ଲକ୍ଷ ୩ ହଜାର ୮ଶହ ଟଙ୍କ ଜରିମାନା ଆଦାୟ କରାଯାଇଛି । ଆଗକୁ ମଧ୍ୟ ଅମାନିଆଙ୍କଠାରୁ ଜରିମାନା ଆଦାୟ ଜାରି ରହିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମାସ୍କ ପରିଧାନ ସାମାଜିକ ଦୂରତା ରକ୍ଷା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ରାଜ୍ୟ ପୋଲିସ ବାହିନୀ ବଦ୍ଧପରିକର ବୋଲି ଶ୍ରୀ ଅଭୟ କହିଛନ୍ତି ।

Leave A Reply

Your email address will not be published.

1 × 3 =