ମା- ପୁଅ ହତ୍ୟାକାରୀକୁ ଆଜୀବନ ଜେଲ

ଚମ୍ପୁଆ: ଏକ ଲୋମହର୍ଷଣକାରୀ ଡବଲ ମର୍ଡର ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଳା ଦୌରାଜଜ୍ ଶ୍ରୀ ଦୋଳ ଗୋବିନ୍ଦ ବାରିକ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି । ମିଳିଥିବା ସୁଚନା ଅନୁସାରେ ବାମେବାରି ଥାନା କେସ ନମ୍ବର ୧୦/୧୯ ଛୁରିରେ ଅତି ଜଘନ୍ୟ ଭାବରେ ପ୍ରଥମେ ମା ଲକ୍ଷ୍ମୀ କୁ ହତ୍ୟ କରିଥିଲା । ତାର ୬ବର୍ଷର ପୁଅ କ୍ଷୀରୋଦ ପାଟି କରିବାରୁ ତାକୁ ମଧ୍ୟ ଛୁରିରେ ମାରଣାତ୍ମକ ଆକ୍ରମଣ କରିଥିଲା ।

ସୌଭାଗ୍ୟ ବଶତଃ କ୍ଷୀରୋଦ ସେଠାରୁ ଖସି ଆସି ରୁଙ୍ଗଟା କର୍ମଚାରୀଙ୍କ ସହାୟତାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବଡବିଲ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ଏତେଲାକାରୀ କ୍ଷୀରୋଦର ଜେଜେମା ରାଇବରୀ, ଡାକ୍ତର, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିିରେ କ୍ଷୀରୋଦର ଜମାନବନ୍ଦୀ ନିଆଯାଇଥିଲା । ଏହି କେସର ଶୁଣାଣୀକରି ୧୭ଜଣ ସାକ୍ଷୀଙ୍କ ବୟାନ ଡାକ୍ତଖାନା ଓ କେମିକାଲ ରିପୋର୍ଟ ଅଧାରରେ ମାନ୍ୟବର ଅଦାଲତ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟଙ୍କ ଏହି ରାୟ ଅନ୍ଧବିଶ୍ୱାଶ ଓ ଗୁଣି ଗାରେଡିରେ ବଶବର୍ତି ହୋଇ ଅପରାଧ କରୁଥିବା ଲୋକମାନଙ୍କ ପାଇଁ ଏକ ଶକ୍ତ ସନ୍ଦେଶ । ଏହି ମକଦ୍ଧମାଟିକୁ ବରିଷ୍ଠ ସରକାରୀ ଓକିଲ ମଧୁସୁଦନ ପତି ପରିଚାଳନା କରୁଥିଲେ ।

Leave A Reply

Your email address will not be published.

17 − one =