ମିଠା ଖୁଆଇ ଭଡାଟିଆ ଲୁଟିଲା ୩୫ ଲକ୍ଷର ସୁନା ଅଳଙ୍କାର

ମାଲକାନଗିରି: ଲୁଟେରାମାନେ ବିଭିନ୍ନ ଉପାୟ ତଥା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ସୁନାଗହଣା ଲୁଟ କରିଥିବା କଥା ସଭିଏଁ ଶୁଣିଥିବେ । ମାତ୍ର ମାଲକାନଗିରି ଜିଲ୍ଳା ସଦର ମହାକୁମା ବିବିଗୁଡା କଲୋନୀରେ ଏକ ଅଭିନବ ଉପାୟରେ ଲୁଟ ହୋଇଥିବା ଖବର ମଙ୍ଗଳବାର ସାମ୍ନାକୁ ଆସିଛି । ଭଡାଟିଆ ହୋଇ ଘର ମାଲିକଙ୍କୁ ମିଠା ଖୁଆଇ ଘରୁ ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ଘର ମାଲିକ ଜଣଙ୍କ ସୁନା ବ୍ୟବସାୟୀ ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି । ଦୁର୍ବୃତ ତାଙ୍କ ଘରୁ ପ୍ରାୟ ୩୫ ଲକ୍ଷର ସୁନା ବ୍ୟବସାୟୀ ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି । ଦୁର୍ବୃତ ତାଙ୍କ ଘରୁ ପ୍ରାୟ ୩୫ ଲକ୍ଷର ସୁନା ଓ ନଗଦ ଟଙ୍କା ଲୁଟ କରିଛି । ମିଳିଥିବା ସୂଚନା ଅନୁଯାୟୀ ଲୁଟେରା ଉକ୍ତ ଘର ମାଲିକଙ୍କ ଘରେ ପ୍ରାୟ ୩ ମାସ ହେବ ଭଡାରେ ରହୁଥିଲେ । ସେଠାରେ ରହି ସମସ୍ତ ଗତିବିଧିକୁ ଦେଖିବା ସହ ଲୁଟ ପାଇଁ ଯୋଜନା କରିଥିଲେ । ଗତକାଲି ରାତି ୮ଟା ସମୟରେ ଲୁଟେରା ଜଣଙ୍କ ନିଜର ଚାକିରୀ ହୋଇଯାଇଛି ବୋଲି କହି ବ୍ୟବସାୟୀ ପରିବାରକୁ ମିଠା ଖୁଆଇବା ସହ ନିକଟସ୍ଥ ୭ରୁ୮ ପରିବାରକୁ ମଧ୍ୟ ମିଠା ଖୁଆଇଥିଲା । ମିଠା ଖାଇବାର କିଛି ସମୟ ମଧ୍ୟରେ ପରିବାର ଲୋକେ ଅଚେତ ହୋଇଯିବା ପରେ ଗ୍ୟାସ କଟର ବ୍ୟବହାର କରି ଝରକା କାଟି ଘରେ ପ୍ରବେଶ କରି ଲୁଟ କରିଥିଲା । ବର୍ତମାନ ମଧ୍ୟ ମିଠା ଖାଇଥିବା ସଭିଁଙ୍କ ଉପରେ ନିଶାର ପ୍ରଭାବ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

sixteen − 6 =