ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କୃଷି ଶିଳ୍ପ ନିଗମର ୨୦ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର: କୋଭିଡ୍ ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଦକ୍ଷେପକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ହେଉ କିମ୍ବା ଓଡ଼ିଶାରେ କୋଭିଡ୍ ପରିଚାଳନା ହେଉ, ସବୁଥିରେ ଓଡ଼ିଶା ଆଜି ଭାରତବର୍ଷ ପାଇଁ ପଥ ପ୍ରଦର୍ଶକ ସାଜିଛି । ମୁଖ୍ୟମନ୍ତ୍ରୀ ମେ’ ପହିଲାରୁ ରାଜ୍ୟର ୧୮ରୁ ୧୫ବର୍ଷର ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ କୋଭିଡ୍ ଟୀକା ଦିଆଯିବ ବୋଲି ଘୋଷଣା କରିଛନ୍ତି ଏବଂ ଏ ବାବଦରେ ୨ହଜାର କୋଟି ଟଙ୍କାର ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିଛନ୍ତି । ଓଡ଼ିଶା କୃଷି ଶିଳ୍ପ ନିଗମ କୋଭିଡ୍ ପରିଚାଳନା ଏବଂ ମାଗଣା କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କର ରିଲିଫ୍ ଫଣ୍ଡକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଆଜି ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ରଙ୍କୁ ୨୦ ଲକ୍ଷ ଟଙ୍କାର ଚେକ୍ ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏବଂ ପରିଚାଳନା ନିଦେ୍ର୍ଧଶକ ସଦାନନ୍ଦ ନାୟକ ପ୍ରଦାନ କରିଛନ୍ତି । ୫ଟି ଚିନ୍ତାଧାରାରେ କାର୍ଯ୍ୟକରି ନିଗମ ଗତ ଆର୍ଥôକ ବର୍ଷରେ ୫୦୫.୧୮ କୋଟି ଟଙ୍କାର କାରବାର କରିଅଛି । ନିଗମ ଅତୀତରେ ୧୦.୦୫.୨୦୧୯ରେ ଫନି ବାତ୍ୟାର ପୁନର୍ବିନ୍ୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧ କୋଟି, ୦୮.୦୫.୨୦୨୦ କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧୦ଲକ୍ଷ ଟଙ୍କା, ୧୧.୧୨.୨୦୨୦ରେ କୋଭିଡ୍ ମୁକାବିଲା ତଥା ପ୍ରସମନ ନିମନ୍ତେ ଓସ୍ଡମା ଜରିଆରେ ୧କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବୋଲି ନିଗମ ଅଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କର କୋଭିଡ୍ ପରିଚାଳନା ଦିଗରେ ବିଭିନ୍ନ ଐତିହାସିକ ପଦକ୍ଷେପ ଏକ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ।

Leave A Reply

Your email address will not be published.

18 − nine =