ମୁହଁରେ ମାସ୍କ ନଥିବାରୁ ୨ ଦୋକାନ ସିଲ୍

ଝାରସୁଗୁଡା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟ ଜିଲ୍ଲାଠାରୁ ଅଧିକ ରହୁଥିବା ବେଳେ ନିୟମକୁ ଆହୁରି କଡାକଡି କରିଛି ଜିଲ୍ଲା ପ୍ରଶାସନ । କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ଝାରସୁଗୁଡ଼ାରେ ଚେକିଂକୁ କଡାକଡି କରାଯାଇଛି । ସାମାଜିକ ଦୂରତା ନ ରଖିବା ଏବଂ ଦୋକାନୀ ଓ ଗ୍ରାହକ ମାସ୍କ ବ୍ୟବହାର କରୁ ନଥିବା ଯୋଗୁଁ ଗତକାଲି ସନ୍ଧ୍ୟାରେ ଝାରସୁଗୁଡା ସହରର ଦୁଇଟି ଦୋକାନକୁ ସିଲ କରଛି ଜିଲ୍ଲା ପ୍ରସାଶନ । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସିଲ୍ ହେଇଥିବା ଏହି ୨ ଦୋକାନ ମଧ୍ୟର ଗୋଟିଏ ଜୋତା ଦୋକାନ ଓ ଅନ୍ୟଟି ଏକ ମୋବାଇଲ ଫୋନ୍ ଦୋକାନ ବୋଲି ଜଣାପଡିଛି । ସ୍ଥାନୀୟ ପୋଲିସ ଓ ଝାରସୁଗୁଡ଼ା ବିଡିଓଙ୍କ ଉପସ୍ଥିତିରେ ଏହି ଦୁଇଟି ଦୋକାନ ସିଲ୍ କରାଯାଇଛି । କୋଭିଡର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ସଂକ୍ରମଣ ବୃଦ୍ଧି ରୋକିବାକୁ ରାଜ୍ୟ ସରକାର କୋଭିଡ ନିୟମ କଡାକଡି ପାଳନ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ଦିନ ଓ ସଂଧ୍ୟାରେ ପାଟ୍ରୋଲିଂ ଏବଂ ଚେକିଂକୁ କଡାକଡି କରିବାକୁ ୧୭ଟି ସ୍କ୍ୱାଡ ଗଠନ କରିଚନ୍ତି ଜିଲ୍ଲାପାଳ । ଗତ ୩ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଅମାନିଆଙ୍କୁ ସାବାଡ କରିବାକୁ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ତିନି ସପ୍ତାହ ପର୍ଯ୍ୟନ୍ତ ସାପ୍ତାହିକ ହାଟ ବନ୍ଦ କରିବାକୁ ନିଷ୍ପତି ନିଆଯାଇ ଥିଲା । ବେଳେ ନାଇଟ କର୍ଫୁ୍ୟ କରାଯିବ । ଏଥିସହ ଜିଲ୍ଲାର ୧୨ଟି ସ୍ଥାନରେ ମିନି କଂଟେନମେଂଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ଚିହ୍ନଟ ୪୭୧ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ । ଏହି ଜିଲ୍ଲାରୁ କେବଳ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.

17 − sixteen =