ଭୁବନେଶ୍ୱର: ଆପଣଙ୍କ ଏସ୍ବିଆଇ ବ୍ୟାଙ୍କ ୟୋନୋ ଆକାଉଂଟ ସସ୍ପେଣ୍ଡ ହୋଇଯାଇଛି । ଅପଡେଟ୍ ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ । ଏହିଭଳି ମୋବାଇଲ୍କୁ ମେସେଜ୍ ପଠାଇ ସାଇବର ଠକ ଜଣେ ଯୁବକଙ୍କ ଆକାଉଂଟରୁ ପ୍ରାୟ ଲକ୍ଷେ ୭୦ ହଜାର ଟଙ୍କା ଚଳୁ କରିନେଇଛି । ଏନେଇ ସେ ପ୍ରଥମେ ଭୁବନେଶ୍ୱର ସାଇବର ସେଲ୍ରେ ଅଭିଯୋଗ କରିବା ପରେ ସେ ରହୁଥିବା କେନ୍ଦୁଝର ଘସିପୁରା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଘସିପୁରା ଯୁବକ ରାଜେନ୍ଦ୍ର ସାହୁଙ୍କ କହିବାନୁଯାୟୀ ଗତକାଲି ଅପରାହଣରେ ତାଙ୍କ ମୋବାଇଲକୁ ଏହି ଭଳି ଦୁଇଟି ମେସେଜ୍ ଆସିଥିଲା । ସେ ସେହି ଲିଙ୍କରେ କ୍ଲିକ୍ କରିବା ପରେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ଏହା ପରେ ତାଙ୍କ ପାଖକୁ ଆସିଥିବା ଓଟିପି ମାଗିଥିଲା ସାଇବର ଠକ । ରାଜେନ୍ଦ୍ର ଓଟିପି ଦେବା ପରିବର୍ତେ ସେ ସାଇବର ଠକ ବୋଲି ଅନୁମାନ କରି ଫୋନ୍ କାଟିଥିଲେ । ଅଥଚ କିଛି ସମୟ ମଧ୍ୟରେ ସାଇବର ଠକ ୩ଟି ପର୍ଯ୍ୟାୟରେ ତାଙ୍କ ଆକାଂଟୁରୁ ପ୍ରାୟ ଲକ୍ଷେ ୭୦ ହଜାର ଟଙ୍କା ଲୁଟିନେଥିଲା । ଏନେଇ ରାଜେନ୍ଦ୍ର ଉକ୍ତ ନମ୍ବରକୁ ଯୋଗାଯୋଗ କରିଥିଲେ ସୁଦ୍ଧା ଠକ ତାଙ୍କୁ ଲୁଟିନେଇଥିଲା । ଏନେଇ ରାଜେନ୍ଦ୍ର ଉକ୍ତ ନମ୍ବରକୁ ଯୋଗାଯୋଗ କରିଥିଲେ ସୁଦ୍ଧା ଠକ ତାଙ୍କୁ ସହନୁଭୂତି ଦେଖାଇ କହିଥିଲା ଯେ ଓଟିପି ଦେଇଥିଲେ ତାଙ୍କ ମୋବାଇଲ୍ରୁ ଟଙ୍କା କଟିନଥାନ୍ତ । ଓଟିପି ନ ଦେବାର ପରିଣାମ ତାଙ୍କୁ ଭୋଗିବାକୁ ପଡିଲା । ତେବେ ଏନେଇ ରାଜେନ୍ଦ୍ର ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ କହିଛନ୍ତି ଯେ ବିନା ଓଟିପିରେ କେମିତି ଜଣେ ସାଇବର ଠକ ତାଙ୍କୁ ଲୁଟିନେଲା ସେ କିଛି ବୁଝିପାରୁନାହାନ୍ତି । ଶନିବାର ଓ ରବିବାର ସପ୍ତାହନ୍ତ ସଟ୍ଡାଉନ୍ ଥିବାରୁ ଆସନ୍ତାକାଲି ସେ ଆନନ୍ଦପୁରସ୍ଥିତ ଏସ୍ବିଆଇ ଶାଖାରେ ଅଭିଯୋଗ କରିବେ ବୋଲି କହିଛନ୍ତି ।