ମୋବାଇଲ ହେଲା କାଳ, ବଜ୍ରଘାତରେ ଗଲା ଜୀବନ

ଚମ୍ପୁଆ: ମୋବାଲଇ ହେଲା କାଳ-ବିଲରେ କାମ ସାରି ମୋବାଇଲ ଅଫ କରୁଥିବା ସମୟରେ ବଜ୍ରଘାତରେ ଗଲା ମହିଳାଙ୍କ ଜୀବନ । ମିଳିଥିବା ସୁଚନା ଅନୁଯାୟୀ ଚମ୍ପୁଆ ଥାନା ରଙ୍ଗମାଟିଆ ପଞ୍ଚାୟତ ହୃଦୁରାମପୁରର ଶଶିଭୁଷଣ ନାୟକଙ୍କ ପତ୍ନୀ ବିଶାଖା ନାୟକ(୪୦) ବିଲରେ କାମ କରିବା ପାଇଁ ଯାଇଥିଲେ । ଅପରାହ୍ନରେ ବର୍ଷା ଘଡଘଡି ଆସୁଥିବାର ଦେଖି ସମସ୍ତେ ପଳାଇ ଆସିଥିଲେ । ବିଲର ହିଡରେ ରଖିଥିବା ମୋବାଇଲଟିକୁ ସୁଇଚ ଅଫ କରିବା ସମୟରେ ହଠାତ ବଜ୍ରାଘାତରେ ସେଠାରେ ଟଳି ପଡିଲେ । କିଛି ଦୁରରେ ଥିବା ଅନ୍ୟମାନେ ଏପରି ଦୃଶ୍ୟ ଦେଖି ହତବାକ ହୋଇଯାଇଥିଲେ । ତେବେ ଅନ୍ୟମାନଙ୍କର କିଛି ହୋଇନଥିବା ଜଣା ପଡିଛି । ବିଶାଖାଙ୍କର ସ୍ୱାମୀ ହାଟ ଗମ୍ଭାରିଆରେ କାମ କରନ୍ତି । ସେ ମଧ୍ୟ ଘରେ ଅନୁପସ୍ଥିତ ଥିଲେ । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଝିଅଟି ଚମ୍ପୁଆ ଆଦର୍ଶ ବିଦ୍ୟାଳୟରେ ପାଠ ପଢେ । ଏପରି ଦୁଃଖଦ ଖବର ପାଇ ଗାଁରେ ଶୋକର ଛାୟା ଖେଳିଯାଇଛି । ବର୍ଷା ଲାଗିରହିଥିବାରୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚିନଥିଲେ ।

Leave A Reply

Your email address will not be published.

fourteen − 10 =