ମୋର ପସନ୍ଦ ପଖାଳ : ନବୀନ

ଭୁବନେଶ୍ୱର: ଓଡ଼ିଆ ଖାଦ୍ୟକୁ ସ୍ୱତନ୍ତ୍ର ପରରିଚୟ ଦେବା ସହ ପ୍ରଚାର, ପ୍ରସାର ପାଇଁ ଓଟିଡିସି ଅଂଟା ଭିଡ଼ିଛି । ‘ଆମ ଘର ଆମ ହାଣ୍ଡିଶାଳ’ ନାମରେ ଚାଲିଥିବା ଏହି ରୋଷଇ ପ୍ରତିଯୋଗିତା ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଦୂରଦର୍ଶନରେ ପ୍ରସାରିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଖାଦ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନର କଥା କହିଛନ୍ତି । ଓଡ଼ିଆଙ୍କ ଖାଦ୍ୟ ରୁଚି ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ପଖାଳ ତାଙ୍କ ପସନ୍ଦର ଖାଦ୍ୟ ବୋଲି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଜଗନ୍ନାଥଙ୍କ ଦେଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ଛପନ ଭୋଗୀ । ଓଡ଼ିଆ ପର୍ବପର୍ବାଣୀ, ପିଠାପଣା ଓ ଖାଦ୍ୟ ରୁଚି ପ୍ରତି ମୋର ବିଶେଷ ଆଗ୍ରହ ରହିଛି । ଓଡ଼ିଶା ବାହାରୁ ମୋ ଘରକୁ ଆସୁଥିବା ଅତିଥିମାନଙ୍କ ମୁଁ କେବଳ ଓଡ଼ିଆ ଖାଦ୍ୟ ପରସିଥାଏ । ଓଡ଼ିଆ ଖାଦ୍ୟ ରୁଚିର ସ୍ୱତନ୍ତ୍ର ପରିଚୟ ରହିଛି । ପାଖଳ ମୋର ପସନ୍ଦ । ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତା ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ଗୁରୁତ୍ୱକୁ ବଢ଼ାଇବା ସହ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ଦିଗରେ ସହାୟକ ହେବ ବୋଲି କୁହାଯାଉଛି । ଲକ୍ଡାଉନ୍ ମାଧ୍ୟମରେ ଓଟିଡିସି ପକ୍ଷରୁ ଏହି ଅଭିନବ ପ୍ରତିଯୋଗିତା ଭିତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ବର୍ଗର ଲୋକ ଭାଗ ନେଇ ନିଜର ରୋଷଇ ଦକ୍ଷତା ଦେଖାଇଛନ୍ତି ।

Leave A Reply

Your email address will not be published.

twelve − 2 =