ମୌସୁମୀ ଦୁର୍ବଳ: ବର୍ଷା ଉଭାନ

ଭୁବନେଶ୍ୱର: ରାଜ୍ୟରେ ନିର୍ଦ୍ଧାରିତ ସମୟରେ ଦକ୍ଷିଣ ପଶ୍ଚିମ ମୌସୁମି ପ୍ରବେଶ କରିଥିଲା ବେଳେ ଏବେ ମୌସୁମୀ ହୋଇଯାଇଛି ଗାଏବ । ଟାଇଁ ଟାଇଁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଅନ୍ୟପକ୍ଷରେ ରାଜ୍ୟରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ହୋଇଥିଲେ ମଧ୍ୟ ଉଭୟ ଜୁନ୍ ଓ ଜୁଲାଇ ମାସରେ ଉପକୂଳ ଜିଲ୍ଲାଗୁଡିକରେ ଅଭାବୀ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ୨ସପ୍ତାହରେ ମଧ୍ୟ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ମୌସୁମୀ ଦୁର୍ବଳ ରହିବ । ଆଗକୁ ଲଘୁଚାପର ମଧ୍ୟ ସମ୍ବାବନା ନାହିଁ । ଫଳରେ ଜୁଲାଇରେ ରାଜ୍ୟରେ ନିଅଂଟିଆ ବର୍ଷା ସ୍ଥିତି ସୃଷ୍ଟି ହେବ ।
ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ରର ନିର୍ଦେଶକ ଏଚ୍ .ଆର୍ ବିଶ୍ୱାସ କହିଛନ୍ତି, ଏବେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ଆସନ୍ତା କିଛି ଦିନ ବିଭିନ୍ନ ସ୍ଥାନରେ ହାଲକା ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପାଶୁପାଳକ କହିଛନ୍ତି, ଜୁନ୍ ଓ ଜୁଲାଇ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡିକରେ ମୌସୁମୀ ବର୍ଷା ସ୍ୱାଭାବିକ ଭାବେ ନିଅଂଟିଆ ରହିଛି । ଏନେଇ କୃଷିକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ବର୍ତମାନ ପ୍ରଚଳନଜନିତ ବର୍ଷା ବିଭିନ୍ନ ସ୍ଥାନରେ ହେଉଛି । ଉପକୂଳ ଅଞ୍ଚଳରେ ଆସନ୍ତା ୨୪ ତାରିଖ ସୁଦ୍ଧା ପ୍ରାୟ ୬୦ରୁ ୭୦ ମିମି ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ ଅଧିକ ବର୍ଷା ହୋଇପାରେ ।

Leave A Reply

Your email address will not be published.

10 − 3 =