ମ୍ୟାଟ୍ରିକ ପରୀକ୍ଷାରେ ହୋଇଥିବା ବିଭ୍ରାଟ ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ଚମ୍ପୁଆ : ଚଳିତ ମ୍ୟାଟ୍ରିକ ପରୀକ୍ଷା ରେ ସର୍ବାଧିକ ଅନୁପସ୍ଥିତ ଥିବାରେ ରେକଡ୍ କରିଛି ସରକାରଙ୍କ ଗଣଶିକ୍ଷା ବିଭାଗ । ଏହାସହ ପ୍ରତିବର୍ଷ ପ୍ରଶ୍ନ ପତ୍ର ଲିକ୍ ହେବା ଗୋଟିଏ ସାଧାରଣ ଘଟଣା ହୋଇଥିବା ବେଳେ ଶିକ୍ଷା ବିଭାଗ ନା କିଛି ଶିଖି ପାରୁଛି,ନା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଫଳରେ ଶିକ୍ଷା ବିଭାଗ ର ଅପାରଗତା ଆଖି ଆଗରେ ଜଳଜଳ ହୋଇ ଦିଶିବା ସହ ହାଟରେ ପଡ଼ି ଦାଣ୍ଡରେ ଗଡିଲାଣି । ପ୍ରଥମ ସିମ୍ମେଟିଭ୍ ରେ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀ ଦ୍ୱିତୀୟ ସିମ୍ମେଟିଭ୍ ରେ ଆସୁନାହାନ୍ତି, ପରୀକ୍ଷାରେ ଅନୁପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କ ସଂଖ୍ୟା ଚଳିତ ବର୍ଷ ସମସ୍ତ ରେକର୍ଡ ଭାଙ୍ଗିଛି । ଏଥି ପ୍ରତି ନା ଶିକ୍ଷା ବିଭାଗ ନା ବୋର୍ଡ କୌଣସି ପଦକ୍ଷେପ ନେଇଥିବା ଦୃଷ୍ଟିଗୋଚର ହେଉ ନାହିଁ ଯାହା ଆଜି ହଜାର ହଜାର ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ କୁ ଅନ୍ଧାର ରେ ଠେଲି ଦେଉଛି ତାଠୁ ବଳି ଯାଇଛି ପ୍ରଶ୍ନ ପତ୍ର ଲିକ୍। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଶ୍ନପତ୍ର ଲିକ୍ ହୋଇଛି ଏବଂ ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲିବା ଦୃଷ୍ଟି ଗୋଚର ହୋଇଛି କିନ୍ତୁ କାଗଜ କଲମ ର ତଦନ୍ତ ରେ ସୀମିତ ଶିକ୍ଷା ବିଭାଗ ମନ୍ତ୍ରୀ କହିଛନ୍ତି ମୁଦ୍ରଣ ଜନିତ କିନ୍ତୁ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ସହ ଖେଳି ମୌଳିକ ସୁବିଧା ମଧ୍ୟ ନ ଦେଇ ପାରିବା ହାସ୍ୟାସ୍ପଦ। ବାରମ୍ବାର ଯୁବମୋର୍ଚ୍ଚା ର ଦାବି ସତ୍ତ୍ୱେ ନ ଚେତିବା ଏ ସରକାର ର ଅଭ୍ୟାସ ବୋଲି ଯୁବ ମୋର୍ଚ୍ଚା କର୍ମକର୍ତ୍ତା ମାନେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସ୍ୱାସ୍ଥ୍ୟସେବା ଦେବାରେ ଅକ୍ଷମ କିନ୍ତୁ ତା ଠୁ ବଳି ଯାଇଛି ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ସହ ଖେଳିବା। ଏହାକୁ ଦୃଷ୍ଟି ରେ ରଖି ଆଜି ଚମ୍ପୁଆ ନିର୍ବାଚନମଣ୍ଡଳୀ ଚମ୍ପୁଆ ରେ ଯୁବମୋର୍ଚ୍ଚା ପକ୍ଷରୁ ଶିକ୍ଷାମନ୍ତ୍ରୀ ସମୀର ଦାଶ ଙ୍କ କୁଶ ପତ୍ତଳିକା ଦାହ ସହ ଚେତାବନୀ ଦିଆ ଯାଇଥିଲା। ଏ ସରକାର ଏଭଳି ଆଚରଣ କରେ ନୈତିକତା ଦୃଷ୍ଟି ରୁ ମନ୍ତ୍ରୀ ଇସ୍ଥଫା ଦିଅନ୍ତୁ ବୋଲି ଦାବି କରିଥିଲେ ।ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ପ୍ରକାଶ ମଲ୍ଲିକ ଓ ଚମ୍ପୁଆ ସଭାପତି ଅଭିନୟ ସାହୁଙ୍କ ନେତୃତ୍ବରେ ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ.ମୁରଲୀ ମନୋହର ଶର୍ମା, ଚର୍ଚ୍ଚିଲ ମହାକୁଡ଼, ଶ୍ରଦ୍ଧାଞ୍ଜଳି କର,ରାଜେଶ ଆଚାର୍ଯ୍ୟ,ମହତାବ ଆଲାମ, ହେମନ୍ତ ମହାନ୍ତଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । 

Leave A Reply

Your email address will not be published.

3 × 5 =