ମୟୁରଭଞ୍ଜରେ ଖୋଲିବ ୩ଟି ନୂତନକୋର୍ଟ

ଭୁବନେଶ୍ୱର: ଓଡିଶା ଉଚ୍ଚ ନ୍ୟାୟାଳୟ ଚିଠି ସଂଖ୍ୟା ୭୩୫୪ (୨୪) ତା୦୭/୦୮/୨୦୨୦ରିଖ ବିଜ୍ଞପ୍ତି ଅନୁସାରେ ଜିଲ୍ଲାର ଯଶିପୁର, ରାସଗୋବିନ୍ଦପୁର ଓ ଠାକୁରମୁଣ୍ଡା ଠାରେ ସିଭିଲ୍ ଜଜ କୋର୍ଟ ପ୍ରତିଷ୍ଠା କରାଯିବା ସଂବଧେ ନିର୍ଦେଶ ଦେଇଥିବା ଫଳରେ ଏହି ଆଦିବାସି ଅଧ୍ୟୁଷିତ ଶିଳ୍ପ ବିହୀନ ଅର୍ଥ ସଙ୍କଟରେ ଥିବା ପ୍ରଜା ମାନଙ୍କ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓ ଓଡିଶା ସରକାରଙ୍କର ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମୟୂରଭ ଜିଲ୍ଲା ମହୋରୀ ସଂଘ ସଭାପତି ଶରତ ଚନ୍ଦ୍ର ନାୟକ ଓ ସମ୍ପାଦକ ସଂଗ୍ରାମ ଶତପଥୀ ସାଧୁ ଉଦ୍ୟମକୁ ସ୍ୱାଗତ ଜଣାଇଛନ୍ତି । ଏହି ବଣ ପାହାଡ ଘେରା ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ଏହା ଏକ ଜନ ହିତକର କାର୍ଯ୍ୟ ବୋଲି ପ୍ରକାଶ କରିଥିଲେ । ବିଶେଷତଃ ବହୁ ପ୍ରତିକ୍ଷିତ ହାଇକୋର୍ଟ ସ୍ଥାୟୀ ବେଞ୍ଚଟିଏ ଏହି ଜିଲ୍ଲାରେ ସ୍ଥାପନ କରାଗଲେ ସ୍ୱଳ୍ପ ବ୍ୟୟରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅବହେଳିତ ଜିଲ୍ଲାର ଗରିବ ପ୍ରଜାମାନେ ସୁଵିଚାର ପାଇବାରେ ସ୍ୱାବଲମ୍ବୀ ହୋଇ ପାରିବେ । ନୂତନ କୋର୍ଟ କାର୍ଯ୍ୟକାରୀ କରାଯିବା କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ସଂଘର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ବୃନ୍ଦ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.

11 − six =