ମୟୂରଭଞ୍ଜରେ ପଲସ୍ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ


ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚଳିତ ଜାନୁୟାରୀ ମାସ ୧୭ ତାରିଖ ଦିନ ଜନ୍ମରୁ ୫ବର୍ଷ ବୟସ ସମସ୍ତ ଶିଶୁପିଲାଙ୍କୁ ସମନ୍ନିତ ପଲସ୍ ପୋଲିଓ ବୁନ୍ଦା ନିକଟସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରେ ନିଦ୍ଧାରିତ ଥିବା ପୋଲିଓ ବୁଥ୍ରେ ସକାଳ୮ଘଟିକାରୁ ୪ଘଟିକା ମଧ୍ୟରେ ପ୍ରଦାନ କରାଯିବ ଏବଂ ୧୮ ଓ ୧୯ ତାରିଖ ଘରକୁ ଘର ଯାଇ ରହିଯାଇଥିବା ଶିଶୁଙ୍କୁ ପୋଲିଓ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମର ସୁପରିଚାଳନା ତଥା ସଫଳ ରୂପାୟନ ସକାଶେ ତା.୦୭.୦୧.୨୦୨୧ ରିଖ ପୂର୍ବାହ୍ନରେ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫେସିଲିଟେସନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମୟୂରଭ ଶ୍ରୀବିନୀତ ଭରଦ୍ୱାଜ ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ୱାସ୍ଥ୍ୟ ସମିତିରେ ଟାକ୍ସ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷ୍ୟକ ମୟୂରଭ ପି.ସ୍ମିତ ପରମାର ଭାପ୍ରସେ, ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରୂପଭାନୁ ମିଶ୍ର, ଜିଲ୍ଲା କୁଷ୍ଠ ନିରାକରଣ ଅଧିକାରୀ ଡା. ଶାନ୍ତନୁ କୁମାର ଦାସ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଚାରୁବାଳା ରଥ, ଡା. ଜ୍ଞାନରନ ମହାନ୍ତି, ପ୍ରମୁଖ ସମେତ ସଂପୃକ୍ତ ସ୍ୱାସ୍ଥ୍ୟଧିକାରୀ, ଡିଏସ୍ ଡିବ୍ଲୁ, ସିଏସ୍ଓ, ସଂପୃକ୍ତ ଲାଇନ ବିଭାଗ ପଦାଧିକାରୀ ଏବଂ ସ୍ୱେଚ୍ଛା ସେବୀ ସଂଗଠନର ଜିଲ୍ଲା ସଂଯୋଜକ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ୱାବଧାନରେ ପରିଚାଳିତ ପଲସ୍ ପୋଲିଓ ଟୀକା ପ୍ରଦାନ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ପ୍ରସ୍ତୁତି କାର୍ଯ୍ୟ ଖସଡା ସଂପର୍କରେ ସବିଶେଷ ଆଲୋଚନା କରାଯିବା ସହ କାର୍ଯ୍ୟକ୍ରମର ଶତପ୍ରତିଶତ ସଫଳରୂପାୟନ ଦିଗରେ କାର୍ଯ୍ୟ ସଂପାଦନ କରିବାକୁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ଜିଲ୍ଲାରେ ୨ଲକ୍ଷ ୩୨ ହଜାର ୫୧୪ ଜଣ ଶିଶୁପିଲାଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଏଥି ପାଇଁ ଜିଲ୍ଲାରେ ୧୧୭୦ ଟି ପୋଲିଓ ବୁଥ୍ କେନ୍ଦ୍ର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର / ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଖୋଲାଯିବା ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତି ବୁଥ୍ରେ ୨ଜଣ କରି ମୋଟ ୪,୬୮୦ ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ / ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ ।

Leave A Reply

Your email address will not be published.

eleven + twenty =