ପାରାଦୀପ : ପବିତ୍ର ଗଜଲକ୍ଷ୍ମୀ ପୂଜା ପରିପ୍ରେକ୍ଷୀରେ ମୟୂରୀ କଳା ପରିଷଦ ପକ୍ଷରୁ ପାରାଦୀପ ବେଳାଭୂମି ସ୍ଥିତ କଳିଙ୍ଗ ବାଲିଯାତ୍ରା ପଡିଆ ଠାରେ ଅକ୍ଟୋବର ୨୮ ଓ ୨୯ ତାରିଖ ଦୁଇଦିନ ବ୍ୟାପି କୁମାର ମହୋତ୍ସବ ଶନିବାର ଦିନ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ମହୋତ୍ସବ କୁ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଡା. କୁଳମଣି ସାମଲ ସମ୍ମାନିତ ଅତିଥି ଭାବେ ଏବଂ କ୍ୟାନମାସ ନାଟ୍ୟ ସଂସ୍ତାର ସମ୍ପାଦକ ଶ୍ରୀମନ ନାରାୟଣ ମିଶ୍ର ଅତିଥି ଉପସ୍ଥିତ ଥିବାବେଳେ ବହୁ ପାରିଷଦ, ମହିଳା ଓ ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଥିଲେ l ଏହି ଉତ୍ସବରେ ବିଚାରକ ଭାବେ ଶ୍ରୀମତୀ ପ୍ରେମଲତା ବାରିକ ଓ ଶିକ୍ଷକ ବିଷ୍ଟୁ ଚରଣ ସୁତାର ରହିଥିବା ବେଳେ ମୟୂରୀ କଳା ପରିଷଦର ସଂଗଠନ ସମ୍ପାଦିକା ନଳିନୀପ୍ରଭା ସାହୁ l ମହୋତ୍ସବର ପ୍ରଥମ ଦିବସରେ ଦଳଗତ ନୃତ୍ୟ, ପୁଚି ଖେଳ, ପାରମ୍ପରିକ ବେଶ, ମୁରୁଜ ଝୋଟି ପ୍ରତିଯୋଗିତା ଇତ୍ୟାଦି ଆୟୋଜିତ ହେବା ସଙ୍ଗେ ସଙ୍ଗେ ଦ୍ଵିତୀୟ ଉଦଯାପନୀ ସନ୍ଧ୍ୟାରେ ସାଂସ୍କୃତିକ ସଭା, ସଂଗୀତ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣୀ ସମାରୋହ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କଠାରୁ ପ୍ରକାଶ l