ଯାଜପୁର- ଯାଜପୁରରେ ବନ୍ୟା ଜଳ ପଶି ସ୍ଥିତି ବେହାଲ ହୋଇପଡିଛି । ଜିଲ୍ଲାରେ ୨୬ଟି ଘାଇ ହୋଇ ୧୨୪ ଗ୍ରାମ ପଂଚାୟତର ପ୍ରାୟ ୪ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନତି । ୨୮୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ୧୨ ଟି ଦମକଳ ବାହିନୀ, ୪ଟି ଓଡ୍ରାଫ ଓ ୨ଟି ଏନଡିଆରଏଫ ଟିମ ଉଦ୍ଧାର କରିବା ସହ ଜଳ ବନ୍ଦୀ ହୋଇ ରହିଥିବା ଲୋକଙ୍କ ପାଖରେ ପଂହଚିଛନ୍ତି । ବରୀ ଓ ରସୁଲପୁର ଅଂଚଳରେ ପାଖାପାଖି ୧୫ଟି ଘାଇ ସୃଷ୍ଟି ହୋଇଥିବା ବେଳେ ଧର୍ମଶାାଳା-କଦମପାଳକୁ ସଂଯୋଗ କରୁଥିବା ନଦୀବନ୍ଧର ରମାପୁରଠାରେ ଓ ଦେଓଦା ପଂଚାୟତର ବାସୁଦେବ ପୁରରେ ଘାଇ ହୋଇଛି । ଧର୍ମଶାଳା ବ୍ଳକର ଦୁଇଟି ସ୍ଥାନରେ ଘାଇ ହୋଇଛି । ଯାହା ଫଳରେ ଅରେଇକଣା, ପଟୁନିଆ, କଦମପାଳ, ଉତରପ୍ରତାପ, ମଙ୍ଗଳପୁର, ଦେଓଦା ପଂଚାୟତ ବିଶେଷ ଭାବେ ପ୍ରଭାବିତ ହେଇଛି ।