ଯାଜପୁର: ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ବର୍ଷ ଆରମ୍ଭରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । କେବଳ ବାଇକ୍ ଚାଳକ ନୁହେଁ ଚାଳକଙ୍କ ସହ ବାଇକରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଣ୍ଟ ପରିଧାନ କରିବା ଆବଶ୍ୟକ । ନଚେତ୍ ବାଇକ୍ ଚାଳକଙ୍କୁ ଜୋରିମାନା ସମେତ ଲାଇସେନସ୍ ରଦ୍ଧ ଭଳି କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥାର ସମ୍ମୁଖୀନହେବାକୁ ପଡ଼ିବ ବୋଲି ସରକାର ନିର୍ଦ୍ଦେଶ ଦେବା ପରେ ମଙ୍ଗଳପୁର ପୁଲିସ ପକ୍ଷରୁ ହେଲମେଣ୍ଟ ପରିଧାନକୁ ନେଇ ଧରପଗଡ଼ ଜୋରଦାର ହୋଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଥାନାଧିକାରୀ ଅସିତ୍ ରଂଜନ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ହରିଷ ସିଂ, ଏସଆଇ କବିତା ନାୟକ ଓ ଥାନାର କିଛି କର୍ମଚାରୀ ଶନିବାର କୟାଁଗୋଲା, ଯାଜପୁର ୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ କନିକାପଡ଼ା କଲେଜ ଛକ, ଦହିଖାଇ ମନ୍ଦିର ପାଖ, ଓ କାଟିଆ ଛକ ଠାରେ ହେଲମେଣ୍ଟ ପରିଧାନକୁ ନେଇ ଧରପଗଡ଼ ଜୋରଦାର କରିଥିଲେ । ଏହି ଧରପଗଡ଼ ସମୟରେ ହେଲମେଣ୍ଟ ପିନ୍ଧି ନଥିବା ବହୁ ବାଇକ୍ ଚାଳକ ପୁଲିସ ଚେକିଂ ସ୍ଥଳ ପୂର୍ବରୁ ଗାଡ଼ି ବୁଲାଇ ଫେରି ଯାଉଥିବା ଦେଖିବାକୁ ମିଳିଥିଲା । ସେହିପରି କିଛି ବାଇକ୍ ଚାଳକ ବିନା ହେଲମେଣ୍ଟରେ ପୁଲିସ ହାତରେ ଧରାପଡ଼ି ମୋଟ ୧୦ ହଜାର ଜୋରିମାନା ଦେଇଥିଲେ । ଏହି ସମୟରେ ଜଣେ ବାଇକ ଚାଳକ ନିଜ ବାଇକରେ ୩ ଜଣଙ୍କୁ ବସାଇଥିବାରୁ ତାଙ୍କୁ ମଧ୍ୟ ଜୋରିମାନା ଦେବାକୁ ପଡ଼ିଥିଲା । ୨ ବାଇକ୍ ଚାଳକ ହେଲମେଣ୍ଟ ପରିଧାନ ନ କରି ପୁଲିସ ସହ କଥା କଟାକଟି କରିବାରୁ ପୁଲିସ ୨ ଜଣ ଚାଳକଙ୍କ ଡ଼୍ରାଇଭିଂ ଲାଇସେନସକୁ ଜବଦ କରିଥିଲା । ସେହିପରି ବିନା ମାସ୍କରେ ଥିବା ଅମାନିଆଙ୍କଠାରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି ।