ଯାଜପୁର: ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜିଲ୍ଲାକୁ ଚଳିତ ବର୍ଷ ୧୫ ହଜାରଟି ମୋ ଉପକାରୀ ବଗିଚାର ଧାର୍ଯ୍ୟଲକ୍ଷ୍ୟ ହୋଇଛି । ଧାର୍ଯ୍ୟଲକ୍ଷ୍ୟ ୧୫ ହଜାର ମଧ୍ୟରୁ ୧୫୩୫୧ ହିତାଧିକାରୀଙ୍କୁ ଚୟନ କରାଯାଇ ୧୪୬୨୭ ଟିକୁ ମଂଜୁରୀ ମିଳିଚ୍ଥିା ପ୍ରଥମ ପର୍ଯ୍ୟାୟରେ ୧୪୫୦ ଟି ମୋ ବଗିଚାର କାର୍ଯ୍ୟ ଆରମ୍ଭ ହୋଇ ୧୧୧୦ଟିର ପୂର୍ଣ୍ଣାଙ୍ଗ ହୋଇଚ୍ଥି । ଗୋଟିଏ ଗୋଟିଏ ମୋ ବଗିଚା ପ୍ରକଳ୍ପର ମୂଲ୍ୟ ୧୩୭୩୨ ଟଙ୍କା ରହିଚ୍ଥି । ସେଥିରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ୧୩୪୮୨ ଟଙ୍କା ଓ ଓଡିଶା ଜୀବିକା ମିଶନର ୨୫୦ ଟଙ୍କା ଅନ୍ତର୍ଭୁକ୍ତ । ମଂଜୁର ହୋଇଥିବା ୧୪୬୨୭ ପ୍ରସଳ୍ପ ମଧ୍ୟରେ ବଡଚଣା ବ୍ଲକର ୧୪୮୨, ବରୀ ୮୯୮, ବିଂଝାରପୁର ୧୨୮୬, ଦାନଗଦୀ ୧୬୧୭, ଦଶରଥପୁର ୨୬୦୮, ଧର୍ମଶାଳା ୩୧୨୮, ଯାଜପୁର ୧୧୨୭, କୋରେଇ ୧୬୬, ରସୁଲପୁର ୬୦୦ ଓ ସୁକିନ୍ଦାରେ ୨୪୩୯ ହିତାଧିକାରୀ ରହିଚ୍ଥନ୍ତି ବୋଲି ଏମ୍.ଜି.ଏନ୍.ଆର.ଜି.ଏସ୍. ର ସଂଯୋଜକ ଚିନ୍ମୟ ସିଂ ସୂଚନା ଦେଇଚ୍ଥନ୍ତି । ୩ ଡିସିମିଲ ବା ୧୨୦୦ ବର୍ଗ ପୁଂଟ ଅଞ୍ଚଳ ମଧ୍ୟରେ ଏହି ବଗିଚା ପ୍ରସ୍ତୁତିର ଲକ୍ଷ୍ୟ ରଖାଯାଇଚ୍ଥିା କ୍ଷେତ୍ର ପ୍ରସ୍ତୁତି ପଂସଲର ସୁରକ୍ଷା ପାଇଁ ବାଡ ବ୍ୟବସ୍ଥା ସହ ସ୍ଥାୟୀ ପରିବା ଭାବେ କଦଳୀ, ଅମୃତଭଣ୍ଡା, ସଜନା ଓ ଲେମ୍ୱୁ ଗଚ୍ଥ ଲଗାରେ ଏହା ବ୍ୟୟ ହେବ । ତେବେ ଏହି ଗଚ୍ଥ ଗୁଡିକ ବଗିଚାର ଚାରିକଡେ ଏପରି ଲଗାଯିବ ଯେପରି ତାହ ଅନ୍ୟ ପଂସଲକୁ କ୍ଷତି ପହଂଚାଇବ ନାହିଁ । ଅପରନ୍ତୁ ଶାଗ, ଭେଣ୍ଡି, କାକୁଡି ଇତ୍ୟାଦି ହିତାଧିକାରୀ ତା ନିଜସ୍ୱ ଚାହିଦା ମୁତାବକ ଲଗେଇ ଉତ୍ପାଦନ କରିପାରିବା ଦୈନିକ ଅନ୍ୟୁନ୍ୟ ଏକ କି.ଗ୍ରା ପରିବା ସଂଗ୍ରହର ଲକ୍ଷ୍ୟ ରଖାଯାଇଚ୍ଥି । ଏହା ଏକ ସୁନ୍ଦର ଯୋଜନା । ଏହା ମାଧ୍ୟମରେ ସଂପୃକ୍ତ ପରିବାରର ପରିବା ସମସ୍ୟା ଦୂର ହେବା ସହ ପୁଷ୍ଟିକର ତଟକା ପରିବା ମଧ୍ୟ ପାଇପାରିବେ ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ଆଶାବ୍ୟକ୍ତ କରିଚ୍ଥନ୍ତି । ଏ ସଂପର୍କରେ ବିଶେଷଜ୍ଞ ମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିଲା । ପ୍ରତି ବ୍ଲକ ଓ ପଂଚାୟତ ସ୍ତରରେ ଜି.ଆର.ଏସ୍. ମାଷ୍ଟର ବୁକ୍ କିପର ବା ଏମ୍.ବି.କେ. ଙ୍କୁ ପ୍ରଶିକ୍ଷିତ କରାଯାଇଚ୍ଥିା ସେମାନେ ସଂପୃକ୍ତ ହିତାଧିକାରୀ ମାନଙ୍କୁ ଉପଯୁକ୍ତ ତାଲିମ ଦେଇ ଯୋଜନାକୁ ସପଂଳ କରିବାକୁ ଉଦ୍ୟମରତ ବୋଲି ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଚ୍ଥନ୍ତିା ସମସ୍ତ ବି.ଡି.ଓ., ପଂଚାୟତ ନିର୍ବାହୀ ଅଧିକାରୀ, ଜି.ଆର୍.ଏସ୍. ମାନେ ଏହାକୁ ତଦାରଖ କରୁଚ୍ଥନ୍ତି ଓ ନିଜେ ହିତାଧିକାରୀ ମଧ୍ୟ ଆଗ୍ରହୀ ଥିବାରୁ ଏହାର ସପଂଳତା ଉତ୍ସାହଜନକ ହେବ ବୋଲି ପ୍ରକଳ୍ପ ନିର୍ଦେଶକ ଶ୍ରୀ ନାୟକ କହିଛନ୍ତି ।