ଯାଜପୁରରୋଡ ରେ ନିଉ ଅମ୍ବ୍ରିତଭାରତ ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ମିଳିତ ଗଣସଂଗଠନ ପକ୍ଷରୁ ପ୍ରତିବାଦସମାବଶ

ବ୍ୟାସନଗର : ଗତ ଡ଼ିସେମ୍ବର ୩O ତାରିଖ ମାଲଦା ଟାୱାନ ଠାରୁ ବେଙ୍ଗାଲୁର ପର୍ଯନ୍ତ ଏକ ସାପ୍ତାହିକ ଟ୍ରେନକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ବେଳେ ଯାଜପୁରରୋଡ ରେ ଏହାର ରହଣି ନାହିଁ । ଏ ସମ୍ପର୍କରେ ଯାଜପୁର ରୋଡ ମିଳିତ ଗଣସଂଗଠନ ପକ୍ଷରୁ ରେଲୱେବୋର୍ଡ଼ ଅଧକ୍ଷଙ୍କୁ ସ୍ଥାନୀୟ ଷ୍ଟେସନ ମ୍ୟାନେଜେରଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ପରେ ଯାଜପୁର ରେଳ ଷ୍ଟେସନ ସମୁଖରେ କୋରାଇ ସଂଗ୍ରାମ ସମିତି ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷରେ ଏକ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ   ଆଇନଜୀବି ବିବେକାନନ୍ଦ ମହାନ୍ତି, କୋରାଇ ସଂଗ୍ରାମ ସମିତି ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର, ଉପ ସଭାପତି ଆଲୋକ ମହାନ୍ତି, ସି .ପି. ଆଇ ଜିଲ୍ଲା ସମ୍ପାଦକ ଈଶ୍ୱର ପରିଡା, ମଳୟ କୁମାର ପଣ୍ଡା, ସି. ଆଇ ଟି ୟୁ ସଭାପତି ପ୍ରଫୁଲ୍ଲ କୁମାର ନାୟକ ,ବଣିକ ସଂଘ ନେତା ବସନ୍ତ କୁମାର ପାତ୍ର, ଆଇ. ଏନ. ଟି. ୟୁ. ସି ନେତା ନାରାୟଣ ଚନ୍ଦ୍ର ନାୟକ ନିରଞ୍ଜନ ପରିଡା ଓ ଭାଗିରଥି ଆଚାର୍ଯ୍ୟ, ପୂର୍ଣଚନ୍ଦ୍ର ଦାଶ, ସୁଧାଂଶୁ ଶେଖର ସାହୁ ମହିନ୍ଦ୍ର କୁମାର ମହାପାତ୍ର ଧୀରେନ୍ଦ୍ରକୁମାର ସାହୁ ପ୍ରମୁଖ ନିଜ ଅଭିଭାଷଣରେ ଯାଜପୁର ରୋଡ ପ୍ରତି ରେଳ ବିଭାଗର ବୈମାତୃକ ମନଭାବ ବିରୋଧରେ ବ୍ୟାପକ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ । କାରଣ ୧୨୮ ବର୍ଷର ଏହି ଷ୍ଟେସନ ତଥା ଏସିଆ ମହାଦେଶର ସର୍ବବୃହତ ଶିଳ୍ପନଗରୀର ପ୍ରବେଶ ଦ୍ୱାରା ହୋଇଥିଲେ ମଧ୍ୟ ଏହାପ୍ରତି ଅଣଦେଖାକୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦୃଢ ସମାଲୋଚନା କରିଥିଲେ। ଜଳେଶ୍ୱର, ବାଲେଶ୍ୱର, ସୋର ଓ ଭଦ୍ରକ ଠାରେ ରହଣି ଥିବା ବେଳେ ଅଧିକା ରାଜ୍ୟସ୍ଵ ଦେଇଥିବା ଏହି ଷ୍ଟେସନ ଯାହା ବିଭିନ୍ନ ରାଜ୍ୟରୁ ଏହି ବୃହତ ଶିଳ୍ପ ନଗରୀରେ ଯାତାୟାତ କରୁଥିଲେ ହେଁ ରହଣି ନକରିବା ସମ୍ପୂର୍ଣ ଅଣଦେଖା ବୋଲି ବକ୍ତା ମାନେ ଲଢେ଼ଇ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ।

Leave A Reply

Your email address will not be published.

5 × 1 =