ଯାଜପୁର ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି


ଯାଜପୁର: ବ୍ରାଦ୍ମଣୀ ଓ ବୈତରଣୀ ନଦୀର ଜଳସ୍ତର ହା୍ରସ ପାଉଥିବାରୁ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତିରେ ସୁଧାର ଆସିଚ୍ଥି । ଯେଉଁ ଅଂଚଳ ଗୁଡିକୁ ସଡକ ପଥରେ ଯୋଗାଯୋଗ ସମ୍ଭବ ହୋଇଚ୍ଥି ସେଠାରେ ରିଲିପଂ ଓ ପଲିଥିନ ବଣ୍ଟନକୁ ତ୍ୱରାନ୍ୱିତ କରାଯାଇଚ୍ଥି । ଅପର ପକ୍ଷରେ ଜଳବନ୍ଦୀ ଅଂଚଳରେ ଓଡ୍ରାପଂ, ଏନ୍.ଡି.ଆର.ଏପଂ. ଓ ଅଗ୍ନିଶମ ବିଭାଗ ଦ୍ୱାରା ରିଲିପଂ କାର୍ଯ୍ୟକୁ ପରିଚାଳନା କରାଯାଉଚ୍ଥି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ବୁଧବାର ପ୍ରତୁ୍ୟଷରୁ ଜିଲ୍ଲାପାଳ ଶ୍ରୀ ଦାସଙ୍କ ସମେତ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ବରୀ ତହସିଲଦାର ସରୋଜକାନ୍ତ ନାୟକ ପ୍ରମୁଖ ବରୀରେ ପହଂଚି ପଲିଥିନ, ଚୁଡା ଓ ଗୁଡ ବିଭିନ୍ନ ପଂଚାୟତର ଗ୍ରାମ ମାନଙ୍କୁ ପ୍ରେରଣ କରିଥିଲେ । ପରେ ଜିଲ୍ଲାପାଳଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ, ଆଇ.ଏ.ଏସ୍. ପ୍ରୋବେସନର, ବି.ଡି.ଓ. ଶିବାନନ୍ଦ ସ୍ୱାଇଁ ଜିଲ୍ଲା ପଂଚାୟତ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଓଡ୍ରାପଂ ବୋଟ୍ ମାଧ୍ୟମରେ ଚନ୍ଦନପୁର, ଗମୁ, ମହାକାଳପଡା, ମନ୍ଦାରୀ ଇତ୍ୟାଦି ପଂଚାୟତର ବିଭିନ୍ନ ଗ୍ରାମ ଗୁଡିକୁ ପରିଦର୍ଶନ କରିଥିଲେ ।
ସେହି ଅଂଚଳର ଲୋକ ମାନଙ୍କୁ ଚୁଡା, ଗୁଡ ଇତ୍ୟାଦି ରିଲିପଂ ବଣ୍ଟନ ସହ ଯେଉଁ ଯେଉଁ ସ୍ଥାନରେ ଜଳସ୍ତର କମିଲାଣି ସେଠାରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସ୍ଥାନୀୟ ସରପଂଚ ଓ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରିଲିପଂ ସାମଗ୍ରୀ ସହ ପିଇବା ପାଣି ଓ ଥଣ୍ଡା ଜ୍ୱର, ଝାଡା ଇତ୍ୟାଦି ରୋଗର ଚିକିତ୍ସା ପାଇଁ ଔଷଧ ପ୍ରଦାନ ପାଇଁ ମେଡିକାଲ ଅପିଂସର ମାନଙ୍କ ସହ ଯୋଗାଯୋଗ ପାଇଁ ସ୍ଥାନୀୟ ବି.ଡି.ଓ. ଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଣି ଶୁଖିଯାଇଥିବା ସ୍ଥାନର ନଳକୂପ ଗୁଡିକୁ ବିଶୋଧନ କରିବା ସହ ଏହାର ଚତୁପାର୍ଶ୍ୱ ଓ ସଂପୃକ୍ତ ଅଂଚଳକୁ ବିଶୋଧନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଜିଲ୍ଲାପାଳ ଓ ତହସିଲରେ ରିଲିପଂ କାର୍ଯ୍ୟର ସମୀକ୍ଷା କରିଥିଲୋ
ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପ୍ରଦାନରେ ପାତର ଅନ୍ତରକୁ ବରଦାସ୍ତ କରାଯିବନାହିଁ । ସରକାରୀ ବ୍ୟକ୍ତିମାନେ ଘରକୁ ଘର ବୁଲି ସ୍ଥିତି ଅନୁଧ୍ୟାନ କରି ନିରପେକ୍ଷ ଭାବେ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । କୈାଣସି କ୍ଷେତ୍ରରେ ଅନିୟମିତତା ଜଣାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେଇଚ୍ଥନ୍ତି ।
ଜିଲ୍ଲାର ଚଳିତ ବନ୍ୟାରେ ୧୦ଟି ଯାକ ବ୍ଳକର ୧୮୬ ଗୋଟି ପଂଚାୟତର ୮୩୬ ଟି ଗ୍ରାମ ଓ ପୈାରାଂଚଳର ଗୋଟିଏ ୱାର୍ଡର ମୋଟ ୯୯୫୯୪୭ ଲୋକ ପ୍ରଭାବିତ ହୋଇଚ୍ଥନ୍ତି । ମୋଟ ୮୨୦ ଟି ଗ୍ରାମର ୮୧୪୩୭୨ ଲୋକ ଜଳ ଘେରରେ ଥିବାବେଳେ ବର୍ତମାନ ମଧ୍ୟ ୮୦ ଟି ଗ୍ରାମର ୭୪୩୪୭ ଲୋକ ଜଳ ଘେରରେ ରହିଚ୍ଥନ୍ତି । ୪୨୭୨୧ ଜଣ ଲୋକଙ୍କୁ ୨୨୪ ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ୨୪୯ ଟି ରନ୍ଧା ଖାଦ୍ୟ କେନ୍ଦ୍ର କରାଯାଇଥିଲା । ବର୍ତମାନ ୧୪୦ ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଚ୍ଥି । ଏନ୍.ଡି.ଆର.ଏପଂ. ଋ ୩, ଓଡ୍ରାପଂର ୪ ଓ ଅଗ୍ନିଶମର ୧୪ ଟି ବୋଟ ରିଲିପଂ କାର୍ଯ୍ୟରେ ନିୟୋଜନ ହୋଇଚ୍ଥିା ୭୭ ଗୋଟି ବୋଟ ମଧ୍ୟ କାର୍ଯ୍ୟରେ ଲାଗିଚ୍ଥି । ୩୦୯୪୮୨ ପଶୁ ସମ୍ପଦ ପ୍ରଭାବିତ ହୋଇଚ୍ଥନ୍ତି । ୭୫୩୭୪ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତର ଆଶଙ୍କା ରହିଚ୍ଥି । ବର୍ତମାନ ସୁଦ୍ଧା ୬୯୪୫.୭୭୫ କ୍ୱିଣ୍ଟାଲ ଚାଉଳ, ୧୬୩୫.୯ କ୍ୱିଣ୍ଟାଲ ଚୁଡା, ୧୬୫.୮୬ କ୍ଟିଣ୍ଟାଲ ଗୁଡ, ୩୧୪.୨୫ ମେଟ୍ରିକ ଟନ୍ ଗୋ-ଖାଦ୍ୟ, ୭୧୧୨୬ ହାଲୋଜିନ ବଟିକା, ୫୩୫୭୧ ଓ.ଆର.ଏସ୍. ପ୍ୟାକେଟ, ୬୫୬୦୦୦ ପ୍ୟାକେଟ୍ ପାଣି ପାଉଚ ବଣ୍ଟନ ହୋଇଚ୍ଥି । ୧୮ଟି ମେଡିକାଲ ଟିମ୍ ଓ ୬୨ ଟି ମୋବାଇଲ ଟିମ୍ ମାଧ୍ୟମରେ ଚିକିତ୍ସା ଓ ୧୦ଟି ଟିମ୍ ମାଧ୍ୟମରେ ଲୋକ ମାନଙ୍କର ପଶୁ ସମ୍ପଦ ଚିକିତ୍ସା କରାଯାଇଚ୍ଥି ବୋଲି ଜିଲ୍ଲା ଜରୁରୀ ବିଭାଗ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.

3 × 4 =